ଗଞ୍ଜାମରେ IPL ବେଟିଂ ଚାଲିଥିବାବେଳେ ଚଢ଼ାଉ କଲା ପାଟପୁର ପୋଲିସ, ୬ ଗିରଫ

0
233
ipl-beating-in-ganjam 6-arrested

ଗଞ୍ଜାମ: IPLରେ ବେଟିଂ କରିବା ବେଳେ ହଠାତ ପାଟପୁର ଥାନା ପୋଲିସ ପହଞ୍ଚି ଛଅ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିବା ସହ ଛଅ ମୋବାଇଲକୁ ମଧ୍ୟ ଜବତ କରାଯାଇଛି।

ପୋଡାମାରି କଲେଜ ପଡିଆରେ IPL ବେଟିଂରେ କିଛି ଯୁବକ ନିମଗ୍ନ ଥିବା ଖବର ମିଳିଥିଲା ପାଟପୁର ଥାନା ପୋଲିସକୁ। ଏହାପରେ ପୋଲିସ ଅତର୍କିତ ଭାବେ ପହଞ୍ଚି ଯୁବକ ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହି ସମ୍ପର୍କରେ ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଓ ଏସଆଇ ଟୁନା ପୀଡ଼ିକାଙ୍କ ଉପସ୍ଥିତିରେ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ସବିଶେଷ ସୂଚନା ଦେଇଛନ୍ତି।

Also Read  Sacking of BCCI President by SC to have no effect on upcoming India-England ODI in Cuttack, Odisha

LEAVE A REPLY

Please enter your comment!
Please enter your name here