୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ, ୪ ଶିକାରୀ ଗିରଫ

0
419

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପୁଲିସ କରଳାପିଟା ଗାଁ ରୁ ୮ ଦେଶୀ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ଜବତ କରିଛି । ବେଆଇନ ଭାବେ ବନ୍ଧୁକ ଏବଂ ବିସ୍ଫୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କରଲପିଟା ଗାଁର ଧରଣୀ ଚନ୍ଦନ, ପୁରନ୍ଦର ଧରୁଆ, ଦେବାରଚନ୍ଦ ଧରୁଆ, ସାଧୁ ଧରୁଆ । ମୁରିବାହାଲ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବରାହ ଶିକାରୀମାନେ ନିଜର ପ୍ରତିଆରା ଦେଖାଇ ଆସୁଛନ୍ତି । ଅନେକ ସମୟରେ ପୁଲିସ ଶିକାରୀ ସହ ବରାହ ମାଂସ ଓ ବନ୍ଧୁକ ଜବତ ମଧ୍ୟ କରିଛି ।

ତେବେ ଗିରଫ ଶିକାରୀମାନେ ଜଙ୍ଗଲରେ ଶୀକାର କରିବାକୁ ଯୋଜନା କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ କରଳାପିଟା ଗାଁକୁ ପହଞ୍ଚି ୮ଟି ବନ୍ଧୁକ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଏନେଇ କଣ୍ଟାବାଞ୍ଜି ପୁଲିସ ଏସ୍‌ଡିପିଓ ଡ଼. ହୃଷୀକେଶ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସ ୮ଟି ଦେଶୀ ବନ୍ଧୁକ ସହ ୧୯ଟି ଫୁଟା ଗୁଳି ଓ ୩ଟି ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଏମାନେ ପଶୁ-ପକ୍ଷୀ ଶିକାର କରିବାକୁ ଏଭକି ବନ୍ଧୁକ ତିଆରି କରୁଥିଲେ ବୋଲି ମଧ୍ୟ ଏସ୍‌ଡିପିଓ ଶ୍ରୀ ମେହେର ସୂଚନା ଦେଇଛନ୍ତି । ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Also Read  ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ