କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା; ବଦଳିବେ ପିସିସି ସଭାପତି

0
207
aicc-calls-all-nine-mlas-from-odisha-to-delhi

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ଧରଣର ଅଦଳବଦଳ । ଦଳ ଭିତରେ ବେଶ କିଛି ଦିନ ହେବ କନ୍ଦଳ ଲାଗିରହିଥିବା ବେଳେ ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଝଡ଼ ଥମିବ ବୋଲି ଅନୁମାନ କରାଯାଉଛି । କାରଣ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୫ ତାରିଖରେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଦିଲ୍ଲୀରେ ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ଆଲୋଚନା କରିବେ ବୋଳି କୁହାଯାଉଛି ।

ତାହାଛଡ଼ା ଦଳରେ ଲାଗି ରହିଥିବା ପିସିସି ସଭାପତି ଚୟନ ଉପରେ ଏହି ଡାକରା ରୋକ୍‌ ଲାଗାଇପାରେ । କାରଣ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବା ପରେ ନୂତନ ପିସିସି ସଭାପତି ଚୟନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାୟକ ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।

Also Read  ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

LEAVE A REPLY

Please enter your comment!
Please enter your name here