ଜନିଙ୍କ ନିର୍ଯାତନା ସଂପର୍କ‌ରେ କହି ଶୁଣାଣି ସମୟରେ କାନ୍ଦି ପକାଇଲେ ଅଭିନେତ୍ରୀ ଅମ୍ବର ହର୍ଡ

0
465

ୱାଶିଂଟନ୍‌: ଆମେରିକୀୟ ଅଭିନେତ୍ରୀ ଅମ୍ବର ହର୍ଡ ଏବଂ ଅଭିନେତା ଜନି ଦୀପଙ୍କ ମାନହାନୀ ମକଦ୍ଦମା ଏବେ ଅଦାଲତରେ ବିଚାରଧୀନ ରହିଛି। ନିକଟରେ ଅଭିନେତ୍ରୀ ଅମ୍ବର ତାଙ୍କ ମାମଲାର ଶୁଣାଣି ସମୟରେ ତାଙ୍କ ପୂର୍ବ ସ୍ବାମୀ ଜନିଙ୍କ ବିଷୟରେ କହି କାନ୍ଦି ପକାଇଛନ୍ତି। ସେ କହିଛନ୍ତି ‌କି ଜନି ତାଙ୍କୁ ଏକାଧିକ ବାର ଚାପୁଡ଼ା ମାରିଛନ୍ତି। ସେ ଯେତେବେଳେ ପ୍ରଥମ ଥର ପାଇଁ ସ୍ବାମୀଙ୍କଠାରୁ ଚାପୁଡ଼ା ଖାଇଥିଲେ ଏହାକୁ ଏକ ମଜାକ ବୋଲି ଭାବି ବସିଥିଲେ।

ଜନିଙ୍କ ଅମାନୁଷିକ ବ୍ୟବହାର ସଂପର୍କରେ ଟିପ୍ପଣୀ ଦେବାକୁ ଯାଇ ଅମ୍ବର ତାଙ୍କ ସହ ଘଟିଥିବା ଏକ ଘଟଣାକୁ ମନେ ପକାଇଥିଲେ। ସେ କହିଥିଲେ ଜନିଙ୍କୁ ତାଙ୍କ ଟାଟୁ ବିଷୟରେ ପଚାରିବାରୁ ସେ ପ୍ରଥମ ଥର ପାଇଁ ହାତ ଉଠାଇଥିଲେ। ଜନିଙ୍କ ହାତରେ ତାଙ୍କ ପୂର୍ବତନ ପ୍ରେମିକା ୟୁନୋନା ରାଡରଙ୍କ ନାମକୁ ନେଇ ‘ୟୁନୋ’ ବୋଲି ଏକ ଟାଟୁ ରହିଥିଲା। ଯାହା ସଂପର୍କରେ ପୂର୍ବରୁ ଅବଗତ ନଥିଲେ ଅମ୍ବର। ସେ ଏହି ଟାଟୁରେ କ’ଣ ଲେଖାହୋଇଛି ବୋଲି ପଚାରିବାରୁ ଜନି ତାଙ୍କୁ ‘ୟୁନେ‌ା’ ବୋଲି ଉତ୍ତର ଦେଇ ତା’ପରେ ଏକ ଚାପୁଡ଼ା ମାରିଥିଲେ। ଅମ୍ବର ଏହାକୁ ପ୍ରଥମେ ଏକ ମଜାକ ବୋଲି ଭାବିଥିଲେ। ତାପରେ ଜନି ତାଙ୍କୁ ଏହାକୁ ମଜାକ ଭାବୁଛ କି ବୋଲି ପ୍ରଶ୍ନ କରି ଆହୁରି ୨ ଚାପୁଡ଼ା ମାରି‌ଥିଲେ ବୋଲି ସେ ଅଦାଲତରେ କହିଛନ୍ତି।

Also Read  ଲଣ୍ଡନ ଏବଂ ଆମଷ୍ଟରଡାମ୍‌ରୁ ଦିଲ୍ଲୀ ଆସିଥିବା ୪ ଯାତ୍ରୀ କରୋନା ପଜିଟିଭ୍, ଡାକ୍ତରଖାନା ରେ ଭର୍ତ୍ତି