ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ନବ ବିବାହିତ ଡାକ୍ତରଙ୍କ ମୃତଦେହ ଉଦ୍ଧାର

0
350

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ଏକ ଘରୋଇ ହସ୍ପିଟାଲରୁ ଉଦ୍ଧାର ହେଲା ସୁଶିଲ ସାହୁ ନାମକ ଜଣେ ନବ ବିବାହିତ ଡାକ୍ତରଙ୍କ ମୃତଦେହ । ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ସତ୍ଯାସତ୍ଯ ଜାଣିବା ନେଇ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ସୁଶିଲ ସାହୁ ଏକ ଘରୋଇ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ସେ ଡ୍ୟୁଟିରେ ଥିବା ବେଳେ କିଛି ସମୟ ପାଇଁ ରେଷ୍ଟ ରୁମ୍‌କୁ ଯାଇଥିଲେ। ହେଲେ ସେ ଚାମ୍ବରକୁ ନ ଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟ ରୁମ୍‌କୁ ଯାଇ ଡାକ୍ତରଙ୍କୁ ବେଡ୍‌ରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ତେବେ ଯେତେ ଡାକିବା ସତ୍ତ୍ୱେ ସେ ନ ଉଠିବାରୁ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିଲା। ଏହାପରେ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଯାହା ଜଣାପଡିଛି ମାତ୍ର ୧୫ ଦିନ ତଳେ ଡାକ୍ତର ଜଣଙ୍କ ବିବାହ କରିଥିଲେ। ଏନେଇ ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଁଚିଥିବାବେଳେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ।

Also Read  Bus strike leads to the suffering to the passengers in Odisha