ମହଙ୍ଗା ଉପରେ ମହଙ୍ଗା ମାଡ଼: ରାଜଧାନୀ ଦିଲ୍ଲୀରେ ପୁଣି ଦୁଇ ଟଙ୍କା ବଢ଼ିଲା ସିଏନ୍‌ଜି

0
1114
once again cng-price-hiked-in-delhi-ncr

ନୂଆଦିଲ୍ଲୀ: ବୋଝ ଉପରେ ଲଲିତାବିଡା । ମହଙ୍ଗା ଉପରେ ପୁଣି ମହଙ୍ଗା ମାଡ଼ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ୍‌, ଡିଜେଲ୍‌ ଓ ପ୍ରାକୃତିକ ଗ୍ୟାସ୍‌ର ଦାମ୍‌ । ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ସିଏନଜି ପୁଣି ମହଙ୍ଗା ହୋଇଛି । ରବିବାର ଠାରୁ ସିଏନଜି ଦର କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ନୂଆ ଦର ରବିବାର ସକାଳ ୬ଟାରୁ ଲାଗୁ ହୋଇଛି । ଫଳରେ ଦିଲ୍ଲୀରେ ୭୩.୬୧ ଟଙ୍କା ପ୍ରତିଥିବା ବେଳେ ନୋଏଡାରେ ୭୬.୧୭ ଟଙ୍କା, ଗୁରୁଗ୍ରାମରେ ୮୧.୯୪ ପ୍ରତି କିଲୋଗ୍ରାମ ହୋଇଛି ।

ଅନ୍ତର୍ଜାତୀୟ ସ୍ତରରେ ଗ୍ୟାସ୍‌ ଦର ବୃଦ୍ଧି ପାଉଥିବାରୁ ଗତ ବର୍ଷ ଅକ୍ଟୋବର ମାସରୁ ବିତରକମାନେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରୁଛନ୍ତି । ଯାହାର ସିଧା ସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଅନ୍ୟପଟେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ୍‌ ବୃଦ୍ଧି ଲୋକଙ୍କୁ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ ସଦୃଶ ହୋଇଛି ।

Also Read  ୟୁପିରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ସମ୍ରାଟ ପୃଥ୍ଵୀରାଜ, ଫିଲ୍ମ ଦେଖି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଯୋଗୀ