ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ସ୍ପେଶାଲ ସ୍କ୍ୱାର୍ଡକୁ ମାଡ଼ ଘଟଣା: ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

0
493
attacking on police in balipatna 24-arrested-by police

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ସ୍ପେଶାଲ ସ୍କ୍ୱାର୍ଡକୁ ମାଡ଼ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଅଟକ ଥିବା ୨୭ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଆହୁରି ୧୦୦ ଜଣଙ୍କୁ ଖୋଜୁଛି ପୋଲିସ । ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି ।

ଚନାନୁଯାୟୀ, ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଶୁକ୍ରବାର ଦିନ ରାଜସ ଗାଁରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୫୦ରୁ ଅଧିକ ଲୋକେ ମିଶି ପୋଲିସକୁ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସ୍ପେସାଲ ସ୍କ୍ୱାଡ୍‌ ଟିମ୍‌ ଗାଡ଼ିଛାଡ଼ି ଛତ୍ରଭଙ୍ଗ ଦେଇଥିଲା । ପୋଲିସ ଏହି ଘଟଣାରେ ମିଳିତ ଚଢାଉ କରି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆଣି ଥାନାରେ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Also Read  Woman Dies In An Road Accident Near Gangapada, Bhubaneswar