ଜ୍ଞାନବାପୀ ମାମଲାରେ ରାୟ ସଂରକ୍ଷିତ ରଖିଲେ କୋର୍ଟ, ଆସନ୍ତାକାଲି ନିଷ୍ପତ୍ତି

0
590
gyanvapi-case-up-court-decision-tomorrow

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପି ମାମଲାର ଆଜି ବାରାଣସୀ କୋର୍ଟର ବରିଷ୍ଠ ବିଚାରପତି ମାମଲାର ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର କୋର୍ଟ । ଆସନ୍ତାକାଲି ମଇ ୨୪ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି ।

ଆଜି ଏହି ମାମଲାରେ ୩ଟି ଆବେଦନର ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୨ଟି ଆବେଦନ ହିନ୍ଦୁ ପକ୍ଷର ହୋଇଥିବା ବେଳେ ଗୋଟିଏ ଆବେଦନ ମସ୍‌ଜିଦ କମିଟିର ଥିଲା। ଆଜି ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଶୁଣାଣି ହୋଇଥିବା ବେଳେ ମାମଲା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଶୁଣିଥିଲେ କୋର୍ଟ। ଏବେ କେଉଁ ମାମଲା ଉପରେ ପ୍ରଥମେ ଶୁଣାଣି ହେବ ଆସନ୍ତାକାଲି କୋର୍ଟ ତାହା ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି।

Also Read  Vishwanath Dham is not just a grand building. This is a symbol of the Sanatan culture of India: Prime Minister