‘ମୁଁ ଜଣେ ହିନ୍ଦୁ, ଚାହିଁଲେ ବିଫ୍ ଖାଇପାରିବି.. କେହି ରୋକିପାରିବେନି’: ବିବାଦୀୟ ବୟାନ ଦେଲେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

0
355
Former Karnatakacm Siddaramaiah made the controversial statement

ବେଙ୍ଗାଲୁରୁ: ଗୋମାଂସକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ବିରୋଧୀ ଦଳ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ସେ କହିଛନ୍ତି- ସେ ହିନ୍ଦୁ ଓ ସେ ଏବେ ଯାଏଁ ଗୋମାଂସ ଖାଇ ନାହାନ୍ତି। କିନ୍ତୁ ଇଚ୍ଛା କଲେ ସେ ବି ଗୋମାଂସ ଖାଇପାରିବେ। ଏହା ତାଙ୍କ ଇଚ୍ଛା। ଏଥିସହ ସେ ଆରଏସ୍‌ଏସ୍‌ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ଲୋକଙ୍କ ମଧ୍ୟରେ ଏହି ଦଳ ମତଭେଦ ସୃଷ୍ଟି କରିପାରେ।

ତୁମକୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ସିଦ୍ଧରମେୟା କହିଛନ୍ତି, ‘ମୁଁ ଜଣେ ହିନ୍ଦୁ। ମୁଁ ଏପର୍ଯ୍ୟନ୍ତ ବିଫ୍ ଖାଇ ନାହିଁ, କିନ୍ତୁ ମୁଁ ଚାହିଁଲେ ଖାଇପାରେ | ଏହା ମୋର ଅଧିକାର। ମୋତେ ଏନେଇ ପ୍ରଶ୍ନ କରିବାକୁ ତୁମେ କିଏ? ‘ “ବିଫ୍ କେବଳ ଗୋଟିଏ ସମ୍ପ୍ରଦାୟର ଲୋକ ଖାଉ ନାହାଁନ୍ତି, ହିନ୍ଦୁମାନେ ମଧ୍ୟ ବିଫ୍ ଖାଉଛନ୍ତି, ଖ୍ରୀଷ୍ଟିଆନମାନେ ମଧ୍ୟ ଖାଉଛନ୍ତି। କର୍ଣ୍ଣାଟକ ବିଧାନସଭାରେ ମୁଁ ଏହା ଥରେ କହିଥିଲି। ମୋତେ ବିଫ୍ ଖାଇବାରୁ ବାରଣ କରିବାକୁ ତୁମେ କିଏ?”

ସିଦ୍ଧରମୈୟା ମଧ୍ୟ ଆରଏସଏସ ଓ ବିଜେପି ଧର୍ମ ଆଧାରରେ ଦେଶକୁ ବିଭାଜିତ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସେମାନେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରନ୍ତି। ଉଲ୍ଲେଖଯୋଗ୍ୟ ନିକଟରେ କର୍ଣ୍ଣାଟକରେ ହଲାଲ ମାଂସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

୨୦୨୧ରେ ରାଜ୍ୟର ବିଜେପି ସରକାର ଆଣିଥିବା ଆଇନ ଅନୁଯାୟୀ ଗୋରୁ କିଣିବା, ବିକ୍ରୟ କରିବା, ବଧ କରିବା ବେଆଇନ। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ସାତ ବର୍ଷ ଜେଲ ଦଣ୍ଡ ହୋଇପାରେ।

Also Read  Karnataka Minister's Remark On Pahalgam Terror Attack Create Further Controversy