ତାତିରୁ ମିଳୁନି ନିସ୍ତାର, ହନ୍ତସନ୍ତ କରୁଛି ଗୁଳୁଗୁଳି; ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌

0
392
monsoon-arrival-likely-to-get-delayed-to-reach-odisha

ଭୁବନେଶ୍ବର: ତାତିରୁ ମିଳୁନି ନିସ୍ତାର। ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ମୁହାଁ । ଗୁଳୁଗୁଳି ବି ନୟାନ୍ତ କରୁଛି। ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି। ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌। ଗତକାଲି ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୯ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌ କରିଥିଲା। ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁୟାୟୀ, ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ।

୧୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା କମ୍‌। IMD ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁଯାୟୀ, ୩ରୁ ୯ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ୧୦ରୁ ୧୬ ତାରିଖ ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇପାରେ।

Also Read  Centre's slash of state's kerosene quota: BJD protests in Berhampur led by Dasburma