ଲଜ୍ୟା; ଲିଫ୍ଟ ଦେବାକୁ କହି ହାଇଦ୍ରାବାଦରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

0
374
Odia Woman Allegedly Raped and Murdered In Hyderabad
Odia Woman Allegedly Raped and Murdered In Hyderabad

ନୂଆଦିଲ୍ଲୀ : ସାରା ଦେଶରେ ବଢିବାରେ ଲାଗିଛି ହତ୍ୟା, ଦୁଷ୍କର୍ମ ଭଳି ଅପରାଧ । ନିରୀହ ଜୀବନ ସହିତ ଖେଳିବାରେ ଲାଗିଛନ୍ତି କ୍ରିମିନାଲ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ଅଞ୍ଚଳରେ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍‌ରେ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ମାମଲାରେ ଜଣେ ବିଧାୟକଙ୍କ ପୁଅ ସମେତ ଅନ୍ୟ ଜଣେ ରାଜନେତାଙ୍କ ପୁଅର ଭୂମିକା ଥିବା ଅଭିଯୋଗ ହୋଇଛି । ଗତ ଶନିବାର ତଥା ମେ’ ୨୮ ତାରିଖରେ ଏହି ଘଟଣା ଘଟିଛି। ଏନେଇ ଜୁବିଲି ହିଲ୍ସ ପୁଲିସ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଏକ ଇନୋଭା କାରରେ ଲିଫ୍ଟ ଦେବାକୁ କହି ଜଣେ ନାବାଳିକାକୁ ନେଇ ଯାଇଥିଲେ କିଛି ଦୁର୍ବୃତ୍ତ । ପରେ ତାଙ୍କ ସହ ଅସଦାଚରଣ କରିବା ସହିତ ସେମାନେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜୁବଲୀ ହିଲ୍ସ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ ଦାୟର କରାଯାଇଛି । ଏହି ଘଟଣାକୁ ନେଇ ପୁଲିସ ବିଧାୟକଙ୍କୁ ଫୋନ୍‌ କରି ମେ’ ୨୮ ତାରିଖରେ ତାଙ୍କ ପୁଅ କେଉଁଠି ଥିଲେ ତାହା ଜାଣିବାକୁ ଚାହିଁଥିଲା। କିନ୍ତୁ ବିଧାୟକ ତାଙ୍କ ପୁଅର ଏହି ଘଟଣାରେ କୌଣସି ଭୂମିକା ନଥିବା କହିବା ସହ ଅଧିକ ସୂଚନା ଦେବାରେ ସହଯୋଗ କରିନଥିଲେ। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ପରିବାର ସଦସ୍ୟ ତିନି ଦିନ ପୂର୍ବରୁ ଦେଇଥିବା ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ମାମଲା ରୁଜୁ କରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ଗତ ଶନିବାର ଦିନ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ବେକରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବା ପରେ ପରିବାର ଲୋକ ସନ୍ଦେହ କରିଥିଲେ । ଝିଅଟି ନିଜ ପରିବାର ବର୍ଗଙ୍କୁ କହିଥିଲା ​​ଯେ ସେ ପବ୍ ରେ ଏକ ପାର୍ଟୀରେ ଯୋଗଦେବା ପରେ କିଛି ଲୋକ ତାଙ୍କ ସହ ଅସଦାଚରଣ କରିଥିଲେ ।

Also Read  Holder rues heavy defeats despite batting-friendly pitches