ଇଣ୍ଡିଆ ଟିମକୁ ବଡ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡିଲେ ରାହୁଲ

0
374

ବଡ ଝଟକା ଲାଗିଛି ଟିମ୍ ଇଣ୍ଡିଆକୁ । ଆହତ ଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ଅଧିନାୟକ କେ ଏଲ ରାହୁଲ । ଅନ୍ୟପଟେ ତାଙ୍କ ସ୍ଥାନରେ ଯୁବ ୱିକେଟ୍ କିପର ରିଷଭ ପନ୍ତ ଦଳର ଅଧିନାୟକ ଭାର ସମ୍ଭାଳିବେ ବୋଲି ଜଣାପଡିଛି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ ତାରିଖରୁ ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନରେ କଟକରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ୧୪ ଜୁନ ଏବଂ ୪ର୍ଥ ମ୍ୟାଚ ୧୭ ଜୁନକୁ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ ଜୁନ ୧୯ ତାରିଖ ବାଙ୍ଗାଲୋରରେ ଆୟୋଜିତ ହେବ। ଏହାପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ ।

ତେବେ ରାହୁଲ ସିରିଜରୁ ବାଦ ପଡିବା ନେଇ ଅନେକ କ୍ରିକେଟ ପ୍ରେମୀ ଅସନ୍ତୋଷ ଜାହରି କରିଛନ୍ତି। ମ୍ୟାଚ୍‌ର ଗୋଟେ ଦିନ ପୂର୍ବରୁ କିଭଳି ରାହୁଲ ଏଭଳି ନିଷ୍ପତ୍ତି ନେଲେ, ତାହାକୁ ନେଇ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି।

Also Read  ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ ବିସ୍ତୃତ ଯୋଜନା