ପେଗମ୍ବର ମହମ୍ମଦ ବିବାଦ: ହାୱଡାରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

0
346
internet-services-suspended-in-kolkatas howrah

କୋଲକାତା: ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ହିଂସା ପରେ ପଶ୍ଚିମବଙ୍ଗର ହାୱଡାରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହାଓ୍ବଡା ପୋଲିସ୍ (ସହରାଞ୍ଚଳ) ଏବଂ ହାଓ୍ବଡା ପୋଲିସ୍ (ଗ୍ରାମୀଣ) ଅଧୀନ ଅଞ୍ଚଳରେ ଏହି କଟକଣା ତତ୍କାଳ ଲାଗୁ କରାଯାଇଛି।

ହିଂସା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ ଗତ ଦୁଇ ଦିନ ହେବ ହାଓ୍ବଡାରେ ହିଂସାତ୍ମକ ଘଟଣା ଘଟୁଛି। ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଏବଂ ସେମାନେ ଦଙ୍ଗା କରିବାକୁ ଚାହୁଁଛନ୍ତି – କିନ୍ତୁ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜେପିର ଦୋଷ, ଭୋଗୁଛନ୍ତି ଲୋକେ ? ”

ସେପଟେ, ହାଓ୍ବଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହାନ ଓ ଟ୍ରେନ୍ ରୋକାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକ କରିବା ପାଇଁ ରାଜ୍ୟକୁ ସେନା ପଠାଇବାକୁ ବିଜେପି ଦାବି କରିଛି।

ପଶ୍ଚିମବଙ୍ଗର ହାୱାଡା ଜିଲ୍ଲାରେ ବିଜେପି ସାଂସଦ ସୌମିତ୍ର ଖାନ ତୃଣମୂଳ କଂଗ୍ରେସ ଶାସିତ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି।

Also Read  ଓଡ଼ିଶା, ଆନ୍ଧ୍ର ଓ ବଙ୍ଗରେ ଏନଡିଆରଏଫ୍ ନିୟୋଜିତ ହେବେ