ଚିନ୍ତା ବଢ଼ିଲାଣି ମଙ୍କିପକ୍ସ: ପବନରେ ବ୍ୟାପୁଛି ଭୂତାଣୁ !

0
307
united-states-has-declared-monkeypox-a-public-health-emergency

ନୂଆଦିଲ୍ଲୀ: ସାରା ଦୁନିଆ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ । ବିଶ୍ୱର ପ୍ରାୟ ୨୯ଟି ଦେଶରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି । ଏହା ଭିତରେ ମଙ୍କିପକ୍ସ ଭାଇରସକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ୟୁଏସ ସେଣ୍ଟର ଫର ଡିଜିଜ୍ ଆଣ୍ଡ୍ ପ୍ରିଭେନସନ୍(ସିଡିସି)ର ବିଶେଷଜ୍ଞ କହିଛନ୍ତି ଯେ, ମଙ୍କପକ୍ସ ଭାଇରସ୍ ପବନରେ ମଧ୍ୟ ବ୍ୟାପିପାରେ । ବିଶେଷଜ୍ଞଙ୍କ କହିବା ଅନୂୁଯାୟୀ, ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟ କୌଣସି ବ୍ୟକ୍ତି ଦୀର୍ଘ ସମୟ ଯାଏଁ ରୁହନ୍ତି ତେବେ ଏହି ଭାଇରସ୍ ପବନରେ ବ୍ୟାପୀପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ମଙ୍କିପକ୍ସ ଭାଇରସ୍ ପବନରେ ବେଶି ଦୂର ଯାଏଁ ବ୍ୟାପୀପାରେ ନାହିଁ । ଏଥିପାଇଁ ଲୋକଙ୍କୁ ମାସ୍କ ଲଗାଇବା ଜରୁରୀ ବୋଲି ବିଶେଷଜ୍ଞମାନେ ସଚେତନ କରାଇଛନ୍ତି ।

Also Read  ପକ୍ଷୀ ସହ ଧକ୍କା ପରେ ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର

LEAVE A REPLY

Please enter your comment!
Please enter your name here