ଆଜି ଗୁପ୍ତ ସେନାପଟା ଲାଗି ନୀତି; ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

0
140
Ratna Bhandara Issue: Orissa HC Issues Notice To Four Persons
Ratna Bhandara Issue: Orissa HC Issues Notice To Four Persons

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେବାକୁ ଥିବା ବେଳେ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଲାଗି ହେବାକୁ ଥିବା ବେଳେ ଏଥିପାଇଁ ସତ୍ୟବାଦୀ ବକୁଳବନରୁ ବଉଳକାଠ ଆସି ସାରିଛି । ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଗତକାଲି ଚମ୍ପକ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରରେ ଦଇତା ପ୍ରବେଶ କରିଛନ୍ତି ।

ସ୍ନାନଯାତ୍ରା ଓ ଘୋଷଯାତ୍ରାଠୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଦାଇତାପତି ସେବାୟତ ଶ୍ରୀଅଙ୍ଗ ସୁରକ୍ଷାରେ ରହିବେ । ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବର୍ଷ ରାତି ୪ଟାରୁ ଠାକୁରଙ୍କ ସ୍ନାନ ପହଣ୍ଡି ଆରମ୍ଭ ହୋଇ ସକାଳ ୬ଟା ସୁଦ୍ଧା ସାରିବାକୁ ନୀତି ନିର୍ଘଣ୍ଟ ହୋଇଛି ।

ଏପଟେ ଦୁଇବର୍ଷର ବ୍ୟବଧାନ ପରେ ଭକ୍ତ ପୁଣି ସ୍ନାନବେଦୀରୁ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇବେ । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୁଇ ପ୍ରକାରର ବ୍ୟାରିକେଡ ହୋଇଛି । ଯେଉଁମାନେ ବଡଦାଣ୍ଡରେ କେବଳ ଦଣ୍ଡାୟମାନ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ ଦୁଲ୍ଲଭ ସାନ୍ନ ଦେଖିବାକୁ ଇଚ୍ଛା କରିବେ ସେମାନଙ୍କ ପାଇଁ ଗୋଟିଏ ବ୍ୟାରିକେଡ୍ କରାଯାଇଥିବାବେଳେ ଯେଉଁ ଭକ୍ତ ଶ୍ରୀମନ୍ଦିର ପଟୁ ସ୍ନାନବେଦୀ ନିକଟକୁ ଆସି ହାତୀ ବେଶ ଦେଖିବାକୁ ଚାହିଁବେ, ସେଥିପାଇଁ ଆଉ ଏକ ବ୍ୟାରିକେଡ ହୋଇଛି ।

ସ୍ନାନ ଯାତ୍ରାରେ ଆସିବାକୁ ଥିବା ଲକ୍ଷାଧିକ ଭକ୍ତ ଯେଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିବେ, ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶ୍ରୀକ୍ଷେତ୍ରରେ ଗୁଆଲି ପର୍ବ ଓ ଶ୍ରୀନଅର ପୂଜାବିଧି ଅନୁଷ୍ଠିତ ହୋଇଛି । ପାଲିଙ୍କିରେ ମଦନ ମୋହନ ଓ ରୁକ୍ମିଣୀ ବିରାଜମାନ କରି ବିରାଟ ପାଟ ପଟୁଆରରେ ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ନିଜେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶଙ୍ଖୁଳି ଆଣିଥିଲେ ।ଶ୍ରୀନଅର ଭିତରକୁ ସିଂହାସନରେ ବିରାଜମାନ ହୋଇ ବନ୍ଦାପନା ଆଦି ନୀତିକାନ୍ତି କରାଯାଇଥିଲା ନିଜେ ଗଜପତି ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମ୍ପାଦନ ହୋଇଥିଲା।

Also Read  ରାଜ୍ୟର ୧୧ ଜିଲ୍ଲାରେ ବଡ଼ ଧରଣର ଜିଏସ୍‌ଟି ରେଡ୍

LEAVE A REPLY

Please enter your comment!
Please enter your name here