ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ ଓଡିଶାମାଲକାନଗିରିସହର

0
109

ମାଲକାନଗିରି : ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଆଧିକ ଯାତ୍ରୀ ଆହତ ହୋଇଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଆସୁଥିବା ବେଳେ ମାତ୍ର ୨୦ କିଲୋମିଟର ଦୂରରେ ବସ୍‌ଟି ମୋଟରୁ ଓଲିଟି ପଡିଥିଲା । ବସ୍‌ଟି ଦ୍ରୁତଗତିରେ ଆସୁଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି ।

ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିବା ବେଳେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର ଓଡ଼ିଶାର ବୋଲି ସୂଚନା ମିଳିଛି । ଏମାନଙ୍କ ଘର ନବରଙ୍ଗପୁର ଓ ଭବାନୀପାଟଣାର ବୋଲି ସୂଚନା ମିଳିଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିପାରିନି ।

Also Read  ଟାଇଗର-ଦିଶା ପଟାନିଙ୍କ ବ୍ରେକ୍‌ଅପ୍‌କୁ ନେଇ କିଛି ଏପରି କହିଲେ ଜ୍ୟାକି ଶ୍ରଫ...

LEAVE A REPLY

Please enter your comment!
Please enter your name here