ବୋରେଓ୍ଵଲ୍‌ ଗାତରେ ୪ ଦିନ ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ ରାହୁଲ, ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍‌

0
339
minor-boy-rahuls-rescue-operation-continue-from-the-bore-well-hole-in-chhatisgarh

ଛତିଶଗଡ଼: ବୋରେଓ୍ଵଲ୍‌ ଗାତରେ ବାଳକ । ଦୀର୍ଘ ୪ ଦିନ ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ । ତାକୁ ଉଦ୍ଧାର କରିବାକୁ ଚାଲିଛି ରେସ୍କ୍ୟୁ ଅପରେସନ୍‌। ଅପରେସନ୍‌ରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍‌ । ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ୬୦ ଫୁଟ ତଳେ ବୋରୱେଲରେ ଫସିରହିଛି ୧୦ ବର୍ଷୀୟ ରାହୁଲ ସାହୁ । ତାକୁ ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍‌। ଅପରେସନ୍‌ରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍‌ । ବୋରେଓ୍ଵଲ୍‌ରୁ ବାଳକକୁ ଉଦ୍ଧାର କରିବାକୁ ଗୁଜରାଟରୁ ଆସିଛି ରେସ୍କ୍ୟୁ ରୋବୋଟ୍‌ ।

ବୋରୱେଲ ପାଖରେ ପୋକଲେନ, ଜେସିବି ଓ ଡ୍ରିଲ ମେସିନ ମାଧ୍ୟମରେ ଖୋଳା ଯାଉଛି। ଗତ ରାତି ଠାରୁ ବୋର ୱେଲ ପାଖରେ ଗାତ ଖୋଳାଯାଉଛି। ଖନନ ଦ୍ୱାରା ରାହୁଲକୁ ଯେପରି କୌଣସି କ୍ଷତି ନପହଞ୍ଚେ ତାକୁ ଧ୍ୟାନ ରଖାଯାଉଛି। ତାକୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ଉଦ୍ଧାର ସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ ସହ ଏନଡିଆରଏଫ ଓ ଏସଡିଆରଏଫ ଉପସ୍ଥିତ ଅଛନ୍ତି। ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇ ରାହୁଲକୁ ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର ହେବା ଆଶା ରଖିଛି ପ୍ରଶାସନ।

Also Read  ପଞ୍ଚାୟତ ଫଳାଫଳ : ୭୫୯ଟିରେ ବିଜେଡି ବିଜୟୀ