ଆଉ କିଛି ସମୟ ପରେ ଉଦ୍ଧାର ହେବ କୁନି ଶିଶୁ ରାହୁଲ; ଖୁବଶୀଘ୍ର ଉଦ୍ଧାରକାରୀ ଦଳକୁ ମିଳିବ ସଫଳତା

0
297
rahuls-rescue-operation continue

ନୂଆଦିଲ୍ଲୀ: ଅପରେସନ ରାହୁଲ । ରାହୁଲଠୁ ଅଳ୍ପ ଦୂରରେ ରେସ୍କ୍ୟୁ ଟିମ୍ । ଖୁବ କମ୍ ସମୟରେ ରାହୁଲଙ୍କ ପାଖରେ ରେସ୍କ୍ୟୁ ଟିମ୍ ପହଞ୍ଚିବ । ସୁଡଙ୍ଗରେ ସିଧାଗଲେ ଆଉ ମାତ୍ର ଅଳ୍ପ ଇଞ୍ଚର ଦୂରତା ରହିଛି । ଛତିଶଗଡର ଜାଞ୍ଜଗିର-ଚମ୍ପା ଜିଲ୍ଲାର ବୋରୱେଲରେ ଫସି ରହିଥିବା ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ସେନା ଏବଂ ଏନଡିଆରଏଫ ଦଳ ଲାଗିପଡିଛନ୍ତି। ବୋରୱେଲ ପର୍ଯ୍ୟନ୍ତ ଟନେଲ ତିଆରି କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ମିଳୁଥିବା ସୂଚନା ମୁତାବକ ଏବେ ସୁଡଙ୍ଗ ଭିତରକୁ ପଶିଛନ୍ତି ଏନଡିଆରଏଫ୍ ଟିମ୍ । ତେବେ ରାହୁଲ ଏବେ ବି ଲଗାତାର ତା ମା ସହିତ କଥା ହେଉଛି । ଆଉ ଧୈର୍ଯ୍ୟ ନହରାଇ ନିଜକୁ ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି । ତେବେ ରାହୁଲକୁ କିପରି ଭାବେ ସତର୍କତାର ସହ ବାହାରକୁ ଉଦ୍ଧାର କରାଯିବ ସେନେଇ ଗୁରୁତ୍ୱ ଦିଆଯାଉଛି । ଅତି ଧୀରେ ଧୀରେ ଟନେଲ ଖୋଳି ରାହୁଲ ପାଖରେ ପହଞ୍ଚିବାକୁ ଏନଡିଆରଏଫ୍ ଟିମ୍ ଚେଷ୍ଟା ଚଳାଇଛି ।

ତେବେ ଖୁବ୍ କମ୍ ସମୟ ଭିତରେ ରାହୁଲ ଉଦ୍ଧାର ହେବ ବୋଲି ଆଶା କରାଯାଉଛି । ତେବେ ରାହୁଲକୁ ଉଦ୍ଧାର କିରବା ପରେ ଗ୍ରୀନ୍ କରିଡର ଜରିଆରେ ବିଳାସପୁର ନିଆଯିବ ବୋଲି ସୂଚନା ମିଳିଛି । ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଚାଲିଛି । ପଥର କଟା ଜାରି ରହିଛି। ତେବେ ପିଲାଟିକୁ ଯେପରି କିଛି କ୍ଷତି ନ ପହଞ୍ଚେ ସେଥିଲାଗି ସତର୍କତାର ସହ ପଥର କଟିଂ କରାଯାଉଛି । ମେଡିକାଲ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛି । ଖୁବଶୀଘ୍ର ରାହୁଲକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳିଛି।

Also Read  ବୋରେଓ୍ଵଲ୍‌ ଗାତରେ ୪ ଦିନ ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ ରାହୁଲ, ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍‌