ଗୋଟିଏ ପରିବାରର ୯ ଜଣ ଏକାସାଙ୍ଗରେ ବିଷ ପିଇ କଲେ ସାମୁହିକ ଆତ୍ମହତ୍ୟା

0
493
nine members of a family committed suicide at their home

ମହାରାଷ୍ଟ୍ର: ମହାରାଷ୍ଟ୍ରର ସାଙ୍ଗଲିରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୯ ଜଣ ଲୋକଙ୍କ ମୃତଦେହ ଘର ଭିତରୁ ମିଳିଛି। ଗୋଟିଏ ପରିବାରର ୯ ଜଣ ବ୍ୟକ୍ତି ଏକାସାଂଗରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୁରା ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ଦାରିଦ୍ର୍ୟତା ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେମାନେ ଶେଷରେ ଏଭଳି ଆତ୍ମଘାତୀ ପଦକ୍ଷେପ ଗ୍ରହଣ କରିଥିଲେ।

ସୂଚନା ଅନୁସାରେ, ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ନରବାଡ ରୋଡ ସ୍ଥିତ ଅମ୍ବିକାନଗର ଛକରେ ଡା ବନମୋରଙ୍କ ପରିବାର ରହନ୍ତି । ସେମାନଙ୍କର ଗୋଟିଏ ଘର ଅମ୍ବିକାନଗରରେ ଓ ଅନ୍ୟ ଘରଟି ରାଜଧାନୀ କର୍ନରରେ ରହିଛି । ସୋମବାର ସକାଳେ ଦୁଇଟି ଯାକ ଘରର କବାଟ ଡେରି ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏନେଇ ପଡୋସୀମାନେ ସନ୍ଦେହ କରି କବାଟ ଖୋଲି ଦେଖିଥିଲେ କି ଗୋଟିଏ ଘରେ ୬ ଟି ମୃତଦେହ ପଡି ରହିଥିଲା । ଏହାପରେ ଅନ୍ୟଘରଟିର କବାଟ ଖୋଲି ଦେଖିବା ବେଳକୁ ସେଠାରେ ବି ୩ ଟି ଶବ ପଡି ରହିଥିଲା । ଏହାପରେ ପଡୋସୀମାନେ ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ।

Also Read  Farmer suicides case to have a judicial probe; BJP in Odisha capital