ସଙ୍କଟରେ ଉଦ୍ଧବ ସରକାର: ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଶିବସେନାର ୧୨ ବିଧାୟକ ଅନ୍ତର୍ଦ୍ଧାନ

0
306
uddhav-thackeray's statement on maharashtra political crisis

ମୁମ୍ବାଇ: ସଙ୍କଟରେ ମହାରାଷ୍ଟ୍ରର ଉଦ୍ଧବ ସରକାର । ମହାରାଷ୍ଟ୍ରରେ ଏମଏଲସି ନିର୍ବାଚନ ପରେ ରାଜନୈତିକ ସ୍ଥରରେ ହଇଚଇ ସୃଷ୍ଟି ହୋଇଛି । ଧାନ ପରିଷଦ ନିର୍ବାଚନ ପରେ ପରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ଅନ୍ୟ ୧୦-୧୨ ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଚାଲି ଯାଇଥିବା ସୂଚନା ରହିଛି। ଅନ୍ୟପକ୍ଷରେ ତାଙ୍କୁ ମୋବାଇଲ୍‌ ଫୋନରେ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ। ନିର୍ବାଚନ ପରେ ଅଚାନକ ବିଧାୟକମାନେ ଏପରି ଦଳବଦ୍ଧ ଭାବେ ରାଜ୍ୟ ବାହାରକୁ ଯାଇ ଆତ୍ମଗୋପନ କରିବା ଘଟଣା ‘ବିଦ୍ରୋହ’ର ଆଭାସ ଦେଉଛି। ସେପଟେ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ୧୦ଆସନରୁ ୫ଟିରେ ବିଜେପି ବିଜୟୀ ହୋଇଛି । ଏହି ନିର୍ବାଚନରେ ଶିବସେନା ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କ୍ରସ ଭୋଟିଂ ହୋଇଥିବା ବେଳେ ବିଜେପି ଏହାର ଫାଇଦା ଉଠାଇଛି । କ୍ରସ ଭୋଟିଂ ଓ ନିର୍ବାଚନ ରେଜଲ୍ଟକୁ ନେଇ ଏକନାଥ ସିନ୍ଧେ ଖୁସି ନଥିବା କୁହାଯାଉଛି । ସେପଟେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ମୁଖିଆ ।

Also Read  ATMରୁ ବାହାରୁଛି ୫ ଗୁଣା ଟଙ୍କା: ୧୦୦ ମାରିଲେ ଏଟିଏମ୍‌ରୁ ବାହାରୁଛି ୫୦୦ ଟଙ୍କା, ଲାଗିଲା ଲୋକଙ୍କ ଭିଡ଼