ପାଣି ଭର୍ତ୍ତି ଖାତରେ ବୁଡ଼ି ୪ ଶିଶୁ ମୃତ

0
477
Two Youths Drown In Kuakhai River Near Bhubaneswar
Two Youths Drown In Kuakhai River Near Bhubaneswar

କୋରାପୁଟ: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାଢ଼ରେ ଜମିଥିବା ପାଣିରେ ବୁଡ଼ି ୪ ଜଣ ଛୋଟ ପିଲାମାନଙ୍କ ଜୀବନ ଯାଇଛି। ମୃତକ ମଧ୍ୟରେ ୩ ଝିମ ଓ ଜଣେ ପୁଅ ରହିଛନ୍ତି। ମୃତକଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ। ଘଟଣା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଁଚିଛି ଅଗ୍ନିଶମ ବିଭାଗ । କୋରାପୁଟ ସଦର ଥାନା ପୋଲିସ ସହ ମିଶି ଉଦ୍ଧାର କାମ କରୁଛି ।

ସୂଚନା ଅନୁସାରେ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ ୬ ଶିଶୁ ବୁଲାବୁଲି କରୁଥିବା ବେଳେ ୪ ଜଣ କୌଣସି କାରଣରୁ ସେଥିରେ ପଡି ଯାଇଥିଲେ । ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ଗାଢ଼ରେ ପାଣି ଭର୍ତ୍ତି ହୋଇଯାଇଥିଲା। ଆଜି ସକାଳୁ କିଛି ଛୋଟ ପିଲା ଉକ୍ତ ଗାଢ଼ ନିକଟରେ ଥିବା ଉଚ୍ଚସ୍ଥାନରେ ଖେଳୁଥିଲେ। କିନ୍ତୁ ଖେଳିବା ବେଳେ ଅସାବଧାନତା ଯୋଗୁ ପାଣି ଭର୍ତ୍ତି ଗାଢ଼ ମଧ୍ୟକୁ ଖସି ପଡ଼ିଥିଲେ। ପିଲାମାନଙ୍କ ବୟସ କମ ହୋଇଥିବା ବେଳେ ଖାତଟି ପାଣିରେ ଭର୍ତ୍ତି ହୋଇଥିଲା । ଫଳରେ ପିଲାମାନେ ସେଥିରୁ ଉଠି ନପାରି ବୁଡି ଯାଇଥିଲେ ।

Also Read  Cousin rapes minor: BJP demands immediate arrest of culprits