ମୃତ୍ୟୁ ପରେ ବି ଅମର ରହିବ ରାଇମୋହନଙ୍କ ଆଖି; ହସ୍ପିଟାଲରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ

0
594
actor-raimohan parida-died-of-asphyxia-due-to-hanging

ଭୁବନେଶ୍ୱର: ମୃତ୍ୟୁ ପରେ ବି ଅମର ରହିବ ରାଇମୋହନଙ୍କ ଆଖି। ସିନେମାରେ ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ଯେଉଁ ଆଖିକୁ ଦେଖି ଦିନେ ଦର୍ଶକ ଭୟରେ ଥରୁଥିଲେ। ଆଜି ସେଇ ଆଖି ମୃତ୍ୟୁ ପରେ ବି ଜୀବିତ ରହିବ । ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ ହସ୍ପିଟାଲକୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକ । ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ମେରୁଦଣ୍ଡ କୁହାଯାଉଥିବା ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଦ କରିଛି । କାରଣ ଖୋଜି ଚାଲିଛନ୍ତି ସାଥି କଳାକାର ଓ ଲକ୍ଷାଧିକ ପ୍ରଂଶସକ । ରାତିରେ ସମସ୍ତଙ୍କ ସହ ସବୁଦିନ ଭଳି କଥା ହୋଇ ଶୋଇଥିଲେ । କିନ୍ତୁ ସକାଳୁ ଆଉ ଉଠି ନଥିଲେ ।

ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ରାଇମୋହନଙ୍କ ଚକ୍ଷୁଦାନ କରିଛନ୍ତି ।

ଓଡିଆ ଚଳଚ୍ଚିତ୍ର ଦୁନିଆର ଭୟଙ୍କର ଖଳ ଚରିତ୍ରରେ ଅଭିନୟ କରି ରାଇମୋହନ ଓଡିଆ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଅପୂରଣୀୟ କ୍ଷତି ସହିଛି। ସେ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଥିବା ବେଳେ ପାଖାପାଖି ୧୫ଟି ବଙ୍ଗାଳୀ ଫିଲ୍ମରେ ନିଜ ଅଭିନୟ କଳା ଦେଖେଇଛନ୍ତି। ଖାଲି ଚଳଚ୍ଚିତ୍ର ନୁହେଁ ଯାତ୍ରା ଦୁନିଆରେ ମଧ୍ୟ ତାଙ୍କ ଦମଦାର ସଂଳାପ ଦର୍ଶକଙ୍କୁ ଭୟଭୀତ କରିଦିଏ ।

Also Read  Bomb attack on Athagarh MLA's residence a case of past enmity: Accused caught