ବିନା ହେଲମେଟରେ ବୁଲିବା ପଡିଲା ମହଙ୍ଗା: ହଜାରେ ଟଙ୍କା ଫାଇନ୍‌ ଗଣିଲେ ମନ୍ତ୍ରୀ ଓ ବିଧାୟକ !

0
148
minister-and-mla-give fine-for-violating-trafic-rule

ବାଲେଶ୍ୱର: ମନ୍ତ୍ରୀ ଓ ବିଧାୟ ଭୁଲିଗଲେ ଟ୍ରାଫିକ୍ ନିୟମ । ବିନା ହେଲମେଟରେ ଗାଡି ଚଳାଇବା ପଡିଲା ମହଙ୍ଗା । ଟ୍ରାଫିକ ନିୟମ ଭାଙ୍ଗି ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ଗଣିଲେ ତଣ୍ଡ । ବିନା ହେଲ୍‌ମେଟ୍‌ରେ ଯାତ୍ରା କରିଥିବାରୁ ତଣ୍ଡ ଗଣିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

୪ ଦିନିଆ ବାଲେଶ୍ୱର ଗସ୍ତରେ ଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ଖାସକରି ଜିଲ୍ଲାରେ ଥିବା ୫-ଟି ସ୍କୁଲ ପରିଦର୍ଶନ କରି କଣ ରହିଛି ସ୍ଥିତି ତାହାର ତଦାରଖ କରିଥିଲେ । ତେବେ ବାଇକରେ ବସି ସ୍କୁଲ ପରିଦର୍ଶନ କରିବାକୁ ଯାଉଥିଲେ ମଧ୍ୟ ହେଲମେଟ ପିନ୍ଧିନଥିଲେ । ସ୍ଥାନୀୟ ବିଧାୟକ ସ୍ବରୂପ ଦାସ ବାଇକ ଚଳାଉଥିଲେ , ଆଉ ମନ୍ତ୍ରୀ ବସିଥିଲେ ତାଙ୍କ ପଛରେ । ତେବେ ଦୁଇ ଜଣ କେହି ହେଲମେଟ ପିନ୍ଧି ନଥିଲେ । ପରେ ମନ୍ତ୍ରୀ ଓ ବିଧାୟକ ଏଥିପାଇଁ ଫାଇନ ଡିପୋଜିଟ କରିଛନ୍ତି । ବାଲେଶ୍ବର ଟ୍ରାଫିକ ଥାନାରେ ଏକ ହଜାର ଟଙ୍କା ଫାଇନ ଦେଇ ଚାଲାଣ କାଟିଛନ୍ତି ।

Also Read  ଦରଦାମ ବୃଦ୍ଧି ମୁଖ୍ୟ ଅସ୍ତ୍ର କରିବ ବିଜେଡି

LEAVE A REPLY

Please enter your comment!
Please enter your name here