ମାଓ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0
377

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ସିପିଆଇର ମାଓ କ୍ୟାମ୍ପ ଥିବା ସୂଚନାପାଇ ଶନିବାର କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବାବେଳେ ୩ଟି ବୋମାକୁ ନିଷ୍କ୍ରିୟ କରାଯାଇଥିଲା ବୋଲି ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମାଓବାଦୀଙ୍କଠାରୁ ୪ଟି ଏକେ୪୭ ବନ୍ଧୁକ, ୪ଟି ଗୋଳା ବାରୁଦ, ୨ଟି ବାରୁଦ ପ୍ୟାକେଟ, ୨ଟି ଇଲେକ୍ଟ୍ରୋନିକ ଡିଟୋନେଟର, ୨ଟି ସୋଲାର ପ୍ୟାନେଲ, ୩ଟି ରେଡ଼ିଓ ଟ୍ରାନଜିଷ୍ଟର୍, ୨ଟି ମଲ୍ଟି ମିଟର, ୫ଟି ଆଇଇଡି ମେକାନିଜମ, ୧୦ମିଟର ଇଲେକ୍ଟ୍ରୋନିକ ତାର, ୫ଟି ମାଓ ଡ୍ରେସ, ୪ଟି ଡ୍ରେସ, ୫ଟି କିଟ ବ୍ୟାଗ, ୪ଟି ମାଓ ବ୍ୟାନର, ୩ଟି ମଓଆ ବେଲ୍ଟ, ୬ଟି ଚପ୍ପଳ, ୪ଟି ଜୋତା, ୧ଟି ମଶାରୀ, ୮ଟି ପଲିଥିନ ଜରି, ୩ଟି ଛୁରୀ, ୧ଟି କୁରାଢ଼ୀ, ବିଭିନ୍ନ ପ୍ରକାର ଔଷଧ, ୨ଟି ଛତା, ୬ଟି ବ୍ୟାଗ, ୪ଟି ବୋତଲ, ୧୪ଟି ପାଣି ଜାର, ୧୭ଟି ବାଲଟି ଜବତ ହେଇଛି ବୋଲି ଏସପି ସୂଚନା ଦେଇଛନ୍ତି । ଗତ କିଛିଦିନ ହେବ ଉକ୍ତ ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟତା ପୋଲିସର ଚିନ୍ତାର ବିଷୟ ପାଲଟିଛି ।

Also Read  ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ