ରାଜ୍ୟରେ ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୯.୩୬କୋଟି ମଞ୍ଜୁର କଲେ ନବୀନ

0
508
cm naveen sanctioned-funds-for-the-construction-of-55-new-wind-and-flood-shelters

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ୟ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ, ୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ୟ୍ୟୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ୟୟ ସମୟରେ ଏହି ଆଶ୍ରୟ ସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି। ଏହା ମଧ୍ୟରେ ପ୍ରଥମ ପର୍ୟ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି।

ତେଣୁ ବର୍ତ୍ତମାନ ଏହି କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ କାର୍ୟ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

Also Read  ଭିଜିଲାନ୍ସ ପଞ୍ଝାରେ ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ