ରାଜଧାନୀରେ ପୁଣି ରାଗିଂ ଅଭିଯୋଗ : ସିନିଅର ଛାତ୍ର ମିଶି ଜୁନିଅର ଛାତ୍ରକୁ ରାଗିଂ ହୋଇଥିବା ଥାନାରେ ଏତଲା

0
431

ରାଜଧାନୀରେ ପୁଣି ରାଗିଂ ଅଭିଯୋଗ । ଏକ ଘରୋଇ କଲେଜରେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଜଣଙ୍କ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ୩ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି।

ମଦ ପିଇବାକୁ ଟଙ୍କା ନଦେବାରୁ ନିର୍ଦ୍ଧୁମ ମାଡ ମାରିଥିଲେ। ଅଧ ଘଣ୍ଟା ଧରି ବସ ଉଠ କରାଇବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ସୋମନାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Also Read  ୟୁକ୍ରେନ୍‌ରେ ଅନ୍ୟୂନ ୭୦୦୦ ରୁଷୀୟ ସୈନିକ ନିହତ ଓ ୧୪,୦୦୦ରୁ ଅଧିକ ଆହତ ହୋଇଛନ୍ତି: ଆମେରିକା