ଭାରତ ସମେତ ୫ ଦେଶର ରାଷ୍ଟ୍ରଦୂତଙ୍କୁ କଲେ ବରଖାସ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି

0
339
ukraine president zelensky-sacks-ambassadors-to-germany-india-and-three-other-nations

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ବି ଯୁଦ୍ଧ ଚାଲିଛି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶରେ ଥିବା ନିଜର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜର୍ମାନୀରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ପରେ ଭାରତ, ଚେକ୍ ରିପବ୍ଲିକ, ନରୱେ ଓ ହେଙ୍ଗେରୀର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ଜେଲେନସ୍କି। ରାଷ୍ଟ୍ରପତିଙ୍କ ୱେବ୍ସାଇଟ୍ରେ ଏନେଇ ସୂଚନା ଦିଆଯାଇଛି।

ରାଷ୍ଟ୍ରପତିଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ରାଷ୍ଟ୍ରଦୂତମାନଙ୍କୁ କାହିଁକି ବରଖାସ୍ତ କରାଗଲା? ବରଖାସ୍ତ ପରେ ତାଙ୍କୁ ଅନ୍ୟ କେଉଁ ନିଯୁକ୍ତି ମିଳିବ କି ସେ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଏପଟେ ଫେବୃଆରୀ ୨୪ରୁ ରୁଷର ଆକ୍ରମଣ ସହୁଥିବା ୟୁକ୍ରେନ୍ ଅତିଷ୍ଠ ହୋଇଗଲାଣି। ଅନ୍ୟ ଦେଶରେ ଥିବା ରାଷ୍ଟ୍ରଦୂତମାନଙ୍କୁ ସେହି ଦେଶରୁ ସାମରିକ ସହଯୋଗ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଜେଲେନସ୍କି।

ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣ ଭାଗରେ ରୁଷ ଦ୍ୱାରା ହୋଇଥିବା ବୋମାବର୍ଷଣ କରିଥିବା ଖବର ଆସିଥିଲା। ରୁଷ ସେନା ରାତି ସମୟରେ ୨୦ରୁ ଅଧିକ ରକେଟ ମାଡ କରିଥିଲା ।

Also Read  ବାତ୍ୟାର ରୂପ ନେଲା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟ ଗଭୀର ଅବପାତ, ଘଣ୍ଟାପ୍ରତି ୧୬ କି.ମି ବେଗରେ ଗତି କରୁଛି ଘୂର୍ଣ୍ଣିଝଡ