ଡଲାର ତୁଳନାରେ ପୁଣି ନିମ୍ନ ସ୍ତରରେ ଟଙ୍କା, ୮୦ ଟଙ୍କା ମୁହାଁ ଡଲାର

0
461
indian-rupee-falls-to-all-time-low-against-us-dollar

ନୂଆଦିଲ୍ଲୀ: ଡଲାର ତୁଳନା‌ରେ ଟଙ୍କାର ବିନିମୟ ମୂଲ୍ୟ ପୁଣି ଦୁର୍ବଳ ହୋଇ ୭୯ ଟଙ୍କା ୪୮ ପଇସା ସ୍ତରକୁ ଖସିଯାଇଛି। ବିଶ୍ବ ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ଥିବା ବେଳେ ଭାରତ ଷ୍ଟକ ବଜାରରେ ଅବସ୍ଥା ମାନ୍ଦା ରହୁଛି। ତେଣୁ ନିବେଶକମାନେ ଅଧିକ ଲାଭ ପାଇବା ଆଶାରେ ଭାରତରୁ ଡଲାର ଉଠାଇ ବିଶ୍ବ ବଜାରରେ ନିବେଶ କରୁଛନ୍ତି। ଫଳରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି।

ଚଳିତ ମାସ ଅଦ୍ୟାବଧି ବିଦେଶୀ ନିବେଶକମାନେ ୪ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିଛନ୍ତି । ଇଣ୍ଟରବ୍ୟାଙ୍କ ଫରେକ୍ସ ମାର୍କେଟରେ ଟଙ୍କା ସପ୍ତାହର ନିମ୍ନ ସ୍ତର ୭୯.୩୦ ସ୍ତରରୁ କାରବାର ଆରମ୍ଭ କରିଥିଲା । ସୋମବାର ଦିନ ମଧ୍ୟରେ ଟଙ୍କାର ଉନ୍ନତ ସ୍ଥିତି ୭୯.୨୪ ସ୍ତରରେ ଥିଲା । ଡଲାର ତୁଳନାରେ ଏହାର ବିନିମୟ ମୂଲ୍ୟ ଏହା ୭୯.୪୯ ସ୍ତରକୁ ଖସିଥିଲା । ତେବେ କାରବାର ଶେଷ ବେଳକୁ ଏହା ୨୨ ପଇସା ନିମ୍ନରେ ରହି ୭୯.୪୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି । ପୂର୍ବ କାରବାରରେ ଟଙ୍କା ୭୯.୨୬ ସ୍ତରରେ ବନ୍ଦ ହୋଇଥିଲା ।

Also Read  ଚାରି ମାସ ପରେ ପୁଣି ମମିତା ପ୍ରସଙ୍ଗ : ବିଜେପି କର୍ମୀ-ପୁଲିସ ମୁହାଁମୁହିଁ