ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

0
337

ଭୁବନେଶ୍ବର: ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜର ଲିଖିତ ଉତ୍ତର ରଖିଛନ୍ତି। ସେ ତାଙ୍କ ଉତ୍ତରରେ ଲେଖିଛନ୍ତି କି ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭ ରହିଛି। କୋଭିଡରେ ବାପା ମାଆଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗର ଉପଲବ୍ଧି ହୋଇନାହିଁ।

ସେହିପରି କୋଭିଡରେ ବାପାମାଆଙ୍କୁ ହରାଇଥିବା କେତେ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ତାହାର ତଥ୍ୟ ସରକାର ରଖିଛନ୍ତି। ଯେଉଁଥିରେ ୯୮୮ ଜଣ ଉଭୟ ପିତା ମାତା ହରାଇଥିବା ଶିଶୁ ଏବଂ ପରିବାରର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ୪୨୨୭୪ ଶିଶୁଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା ଶ୍ରମ ମନ୍ତ୍ରୀ ସୂଚନା ଦେଇଛନ୍ତି।

Also Read  ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ ଦଳ