ଖୋଲିଲା ହୀରାକୁଦର ଆଉ ୩ ଗେଟ୍‍

0
515
Hirakud Dam Authorities Open Three More Sluice Gates
Hirakud Dam Authorities Open Three More Sluice Gates

ହୀରକୁଦ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ଗେଟ୍‍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୩ଟି ଗେଟ୍‍। ବର୍ତ୍ତମାନ ମୋଟ ୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପଟରୁ ୫ଟି ଓ ଡାହାଣ ପଟରୁ ୩ଟି ଗେଟ୍‍ ଖୋଲା ଯାଇଛି। ବର୍ତ୍ତମାନ ଜଳସ୍ତର ୬୧୪.୫୬ ଫୁଟ ରହିଛି। ଡ୍ୟାମ ମଧ୍ୟକୁ ୧ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ଯୋଗୁଁ ଗେଟ୍‍ ଖୋଲା ଯାଇଛି।

Also Read  ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ