ରାଜଧାନୀ ରାଜରାସ୍ତାରେ ବାବୁଶାନ-ତୃପ୍ତି-ପ୍ରକୃତି ବିବାଦ: ୭ ଜଣଙ୍କ ବୟାନ ରେକର୍ଡ

0
200

ଭୁବନେଶ୍ୱର: ଅଭିନେତା ବାବୁଶାନ୍ ମହାନ୍ତି, ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ଖାରବେଳ ନଗର ଥାନା ପୁଲିସ୍ ମୋଟ ୭ ଜଣଙ୍କ ବୟାନ ରେକର୍ଡ କରିଛି। ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ପୁଲିସ୍ ୭ ଜଣଙ୍କ ବୟାନ ରେକର୍ଡ କରିଛି। ଫୋନରେ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କୁ ଯୋଗାଯୋଗ କରିଛି କମିଶନରେଟ୍ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ।

ସେମାନେ ବାହାରୁ ଫେରିଲେ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିବ । ଘଟଣାସ୍ଥଳକୁ ଆଜି ପୁଣିଥରେ ଯାଇପାରେ ପୋଲିସ । ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବୟାନ ରେକର୍ଡ ପୋଲିସ ନୋଟିସ ଦେଇ ଛାଡ଼ିଦେଇଛି ।

ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନଙ୍କ ବିରୋଧରେ ୪୯୮-ଏ ଓ ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା ଲାଗିଛି । ସେହିଭଳି ପ୍ରକୃତିଙ୍କ ମା’ କୃଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗରେ ତୃପ୍ତି ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ଲାଗିଛି ଦଫା । ବ୍ୟକ୍ତିଙ୍କୁ ବାଟରେ ଅଟକାଇ ମାଡ଼ ମାରିବା, ସର୍ବସାଧାରଣରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଶାରୀରିକ ନିର୍ଯାତନା, ଏକତ୍ରିତ ହୋଇ ଅପରାଧ କରିବା ଓ ଧମକ ଦେବା ଭଳି ଦଫା ଲାଗିଛି ।

Also Read  ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବାହାଘର

LEAVE A REPLY

Please enter your comment!
Please enter your name here