ବାବୁସାନ-ତୃପ୍ତି କଳିକୁ ନେଇ କିଛି ଏପରି ପ୍ରତିକ୍ରିୟା ରଖିଲେ ଅପରାଜିତା ମହାନ୍ତି…

0
556
aparajita-mohantys reaction on babusan

ଭୁବନେଶ୍ୱର: ବାବୁସାନ-ତୃପ୍ତି କଳିକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ଅପରାଜିତା । କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁଶାନଙ୍କର ସର୍ବନାଶ ହୋଇଛି ବୋଲି କହିଛନ୍ତି ତାଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି। ଏହା ସହିତ ଗଣମାଧ୍ୟମ ଜରିଆରେ ସେ ବାବୁଶାନଙ୍କୁ ଆଶୀର୍ବାଦ କରିବାକୁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି, ଯେମିତି ସେ ଘରକୁ ଫେରି ଆସିବେ।ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା । କୋଭିଡ୍ ବେଳେ ଖରାପ ସଙ୍ଗରେ ପଡିଥିଲା । ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ । କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ । କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ ।

ସେ ଆହୁରି ମଧ୍ୟ କହିଛନ୍ତି କି, କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତାକୁ ପସନ୍ଦ ହେଲାନି। ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶାବାସୀଙ୍କୁ ମୁଁ ପ୍ରାର୍ଥନା କରୁଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ସେ ତା’ ବାପାମା’,ସ୍ତ୍ରୀ ଓ ପିଲା ପାଖକୁ ଫେରି ଆସିବ।

Also Read  ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା ଘଟଣା: କାନ୍ଥରେ ପରିଶ୍ରା କରିବାକୁ ନେଇ ହୋଇଥିଲା ବିବାଦ, ୪ ଅଭିଯୁକ୍ତ ଗିରଫ