ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ; ୫ ଟିକିଆ ସିରିଜ ୧-୧ରେ ବରାବର କଲା ୱେଷ୍ଟଇଣ୍ଡିଜ୍

0
204
ind-vs-wi-2nd-t20-west-indies-win-by-5-wickets

ଦ୍ୱିତୀୟ ଟି-୨୦କୁ ଜିତିନେଲା ୱେଷ୍ଟଇଣ୍ଡିଜ୍‌ । ୫ ଓ୍ଵିକେଟରେ ଜିତିଲା ୱେଷ୍ଟଇଣ୍ଡିଜ୍‌ । ଏହାସହ ୫ ଟିକିଆ ସିରିଜ ୧-୧ରେ ବରାବର ରହିଛି । ପ୍ରଥମ ମୁକାବିଲାକୁ ଭାରତ ୬୮ ରନରେ ଜିତି ନେଇଥିଲା । ଆଜି ଖେଳାଯିବ ତୃତୀୟ ମ୍ୟାଚ୍‌ । ୱେଷ୍ଟଇଣ୍ଡିଜ ଆଗରେ ଭାରତ ୧୩୯ ରନର ଟାର୍ଗେଟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌ ୫ ଓ୍ଵିକେଟରେ ୧୪୧ ରନ ନରି ବିଜୟୀ ହୋଇଥିଲା ।

ଭାରତୀୟ ବ୍ୟାଟର ବଡ଼ ସ୍କୋର କରିବାରେ ଅସଫଳ ହୋଇଥିଲେ । କ୍ୟାପଟେନ ରୋହିତ ଶର୍ମା କୌଣସି ସ୍କୋର କରିପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୧ ରନକରିଥିଲେ । ୱେଷ୍ଟଇଣ୍ଡିଜବୁ ବିଜୟ ଦେଇଥିଲେ ବ୍ରାଣ୍ଡନ କିଙ୍ଗ ଓ ବୋଲର ଓବେଦ ମ୍ୟାକୟ । ମ୍ୟାକୟ ନେଇଥିଲେ ୪ଟି ଓ୍ଵିକେଟ ।

ଶେଷ ଓଭରରେ ଘରୋଇ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଭାରତ ପକ୍ଷରୁ ଆଭେଶ ଖାନ୍ ବୋଲିଂ କରୁଥିଲେ । ଆଭେଶଙ୍କ ପ୍ରଥମ ବଲ ନୋ’ ବଲ୍ ହୋଇଥିଲା । ଏହା ପରେ ଫ୍ରି-ହିଟରେ ଡେଭନ୍ ଥୋମାସ ଛକା ମାରିଥିଲେ । ପରବର୍ତୀ ବଲରେ ଚୌକା ମାରି ସେ ଦଳକୁ ଜିତାଇଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ବ୍ରାଣ୍ଡନ କିଙ୍ଗ୍ ସର୍ବାଧିକ ୬୮ ରନ୍ କରିଥିଲେ । ଭାରତୀୟ ବ୍ୟାଟିଂରେ ଅଙ୍କୁଶ ଲଗାଇଥିବା ଓବେଡ୍ ମ୍ୟାକୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ମାତ୍ର ୧୭ ରନ୍ ଦେଇ ୬ ୱିକେଟ୍ ସହ ଟି-୨୦ରେ କ୍ୟାରିୟରର ଶ୍ରେଷ୍ଠ ସଫଳତା ହାସଲ କରିଥିଲେ ।

Also Read  ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରେଷ୍ଠତା ଅକ୍ଷୁର୍ଣ୍ଣ

LEAVE A REPLY

Please enter your comment!
Please enter your name here