ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଓ ଅଫିସ୍‌ରେ ସିବିଆଇ ଚଢ଼ାଉ

0
622

କଟକ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ ରୋଡରେ ଥିବା ଅଫିସ୍‌ରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବାର ଖବର ମିଳିଛି। କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏନେଇ ସିବିଆଇ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇ ନଥିବା ବେଳେ, ପାରାଦୀପରେ ଘଟିଥିବା ଏକ ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ମହିମା ମିଶ୍ରଙ୍କ ଘର ଓ ଅଫିସରେ ଚଢାଉ କରୁଥିବା କୁହାଯାଉଛି। ଏଣେ ପାରାଦୀପ ପୋର୍ଟରେ ବି ସିବିଆଇ ଚଢ଼ାଉ କରିଛି। ଗତ ବିଳମ୍ବିତ ରାତିରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଜଣେ ଗିରଫ ହୋଇଛନ୍ତି। ଜଣେ ଅଧିକାରୀଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ ସଂପୃକ୍ତ କର୍ମଚାରୀ। ଅଧିକାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯିବ।

Also Read  ୬ଜି ଆସିବା ପରେ ବଦଳିଯିବ ଦୁନିଆ ? ଶରୀରରେ ଲାଗିବ ସିମ୍ କାର୍ଡ ଓ ଚିପ୍, ସ୍ମାର୍ଟଫୋନ୍‌ର କମିପାରେ ବ୍ୟବହାର