ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚିତ

0
251
Nari Shakti Vandan Adhiniyam as an epochal development in history: VP
Nari Shakti Vandan Adhiniyam as an epochal development in history: VP

ନୂଆଦିଲ୍ଲୀ: ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଗଦୀପ ଧନଖଡ଼। ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜଗଦୀପ ଧନଖଡ ଉପ-ରାଷ୍ଟ୍ରପତି ନିର୍ବାଚନରେ ସହଜ ବିଜୟ ହାସଲ କରିଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ତଥା ବିପକ୍ଷ ଦଳରୁ ପ୍ରାର୍ଥୀ ହୋଇଥିବା ମାର୍ଗାରେଟ୍‌ ଆଲଭାଙ୍କୁ ପରାସ୍ତ କରି ଭାରତର ୧୪ ତମ ଉପ-ରାଷ୍ଟ୍ରପତି ହୋଇଛନ୍ତି । ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଆଲ୍‌ଭାଙ୍କୁ ମିଳିଛି ମାତ୍ର ୧୮୨ ଖଣ୍ଡ ଭୋଟ୍‌। ଏଣୁ ଏବେ ବଡ଼ ବିଜୟ ହାସଲ କରିଛନ୍ତି ଧନଖଡ଼। ସେହିପରି ୧୫ ଖଣ୍ଡ ଭୋଟ୍‌ ନାକଚ ହୋଇଥିବା ଜଣାଯାଇଛି। ମୋଟ ୭୨୫ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଭୋଟ ଗ୍ରହଣ ପୂର୍ବରୁ ମଧ୍ୟ ଧନଖଡଙ୍କ ପଲ୍ଲା ବେଶ ଭାରି ଥିଲା । ସେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ଥିଲା । ତେବେ ଶନିବାର ସଂସଦର ସ୍ବତନ୍ତ୍ର ଗୃହରେ ଭୋଟ ଗ୍ରହଣ ହୋଇଥିଲା । ରାଜ୍ୟସଭା ଏବଂ ଲୋକସଭାର ସଦସ୍ୟ ମତଦାନରେ ସାମିଲ ହୋଇଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ହେବ ଭୋଟ୍ ଗ୍ରହଣ ଚାଲିଥିଲା । ମନୋନୀତ ସଦସ୍ୟଙ୍କ ସହ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେଇଥିଲେ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭୋଟରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିଥିଲା। ଟିଏମସିର ଲୋକସଭାରେ ୨୩ ଓ ରାଜ୍ୟସଭାରେ ୧୬ ସଦସ୍ୟ ରହିଛନ୍ତି । ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମକେ, , ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରିଥିଲେ ।

Also Read  ତାଳଚେର ମେଡିକାଲ କଲେଜ ପରିଚାଳନା କରିବେ ରାଜ୍ୟ ସରକାର

LEAVE A REPLY

Please enter your comment!
Please enter your name here