ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୫ ଗେଟ୍: ମୋଟ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

0
379
hiraku-dam-opens-5-gate release-floodwaters

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଆଉ ୫ଟି ଗେଟ୍ ଖୋଲାଯାଇଛି। ଏହିପରି ହୀରାକୁଦର ଆଜି ଦୁଇଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲିଛି। ଜଳଭଣ୍ଡାରକୁ ବର୍ତ୍ତମାନ ୨ ଲକ୍ଷ ୯୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୦ଟି ସ୍ପିଲୱେ ସମେତ ପାୱାର୍ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ପ୍ରାୟ ୧ ଲକ୍ଷ ୯୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଥିପାଇଁ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ଅପରପକ୍ଷେ, ହୀରାକୁଦର ଜଳସ୍ତର ଦିନ ଗୋଟାଏ ସୁଦ୍ଧା ୬୧୨. ୬୨ ଫୁଟ ଥିବା ଜଣାପଡିଛି।

Also Read  ୧୩ ବର୍ଷ ପରେ ବହୁଚର୍ଚ୍ଚିତ ପ୍ରମୋଦିନି ରାଉଳଙ୍କୁ ଏସିଡ୍‌ ମାଡ଼ ଘଟଣାରେ ଆସିଲା ରାୟ; ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ