ଦିଲ୍ଲୀ ଦଖଲ !

0
311
Gujarat Assembly Polls; Voting Underway For 89 Seats
Gujarat Assembly Polls; Voting Underway For 89 Seats
ଭୁବନେଶ୍ୱର: ଡ଼ିସେମ୍ବର ୧୦ : ୨୦୨୪ ନିର୍ବାଚନ ଋତୁ ସମାପ୍ତ ହେଲା I ଏହି ଋତୁରେ ଲୋକସଭା ନିର୍ବାଚନ ଏବଂ ୮ ଟି ରାଜ୍ୟର ବିଧାନସଭା ନିର୍ବାଚନ ସଫଳତାର ସହ ସମାପ୍ତ ହେବା ପରେ, ୨୦୨୫ ନିର୍ବାଚନ ଋତୁ ଆରମ୍ଭ ହେବ I ଦିଲ୍ଲୀର ପାଳି ଆଗେ, ଫେବୃଆରୀ ମଧ୍ୟଭାଗରେ ଏହି ନିର୍ବାଚନ ହେବ ବୋଲି ଆଶା କରାଯାଉଛି ଏବଂ କାଳ ବିଳମ୍ବ ନ କରି, ଲଢେଇ ପାଇଁ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି I ଦିଲ୍ଲୀ ଏକ ନିଆରା ରାଜ୍ୟ ଭାବରେଉଭା ହୋଇଛି, ଯାହା ଏକ ବିଭାଜିତ ଭୋଟ୍ ପଦ୍ଧତି ଦ୍ୱାରା ବର୍ଣ୍ଣିତ: ଏହା ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଆସୁଛି  ଏବଂ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି I ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ରରେ ଜବରଦସ୍ତ ବିଜୟ ପରେ ବିଜେପି ଦିଲ୍ଲୀ ଦାଖଲ କରିବ ବୋଲି ଆଶା ରଖିଛି I ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ଏହାର ‘ଡବଲ୍-ଇଞ୍ଜିନ୍’ ମଡେଲ ଉପରେ ଗୁରୁତ୍ୱ ଦେବା ସହ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ପରି ଆପର ନେତାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗକୁ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ କରିବ I ଆମ ଆଦମୀ ପାର୍ଟି ଏହାର ବିକାଶର ଟ୍ରାକ୍ ରେକର୍ଡ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଦୃଢ ନେତୃତ୍ୱ କୁ ନେଇ ଜନତାଙ୍କ ସମ୍ମୁଖକୁ ଯିବ I ଆପ  ଆଶା କରୁଛି ଯେ ଏହାର ମାଗଣା ବିଜୁଳି ଓ ଜଳ ଯୋଜନା, ବଞ୍ଚିତ ଲୋକଙ୍କ ପାଇଁ ଶିକ୍ଷା ତଥା ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପରି କାର୍ଯ୍ୟ ଦଳକୁ ଆଉ ଗୋଟିଏ ବିଜୟ ଆଣିଦେବ I ଉଦ୍ଦେଶ୍ୟମୂଳକ ଭାବରେ କେଜ୍ରିୱାଲ, ମନୀଷ ସିସୋଡିଆ ପରି କେତେକ ନେତାଙ୍କୁ ଜେଲରେ ପୁରାଇବା ଘଟଣାକୁ ଆପ ମଧ୍ୟ ଏହାର ଏକ ପ୍ରସଙ୍ଗ ଭାବରେ ଉପସ୍ଥାପିତ କରି ମତଦାତାଙ୍କ ସହାନୁଭୂତି ନେବାକୁ ପ୍ରୟାସ କରିବ I  ଆପ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀର ବିକାଶ ଯୋଜନାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛି ଯାହା ମଧ୍ୟ ଗୋଟିଏ ନିର୍ବାଚନ ପ୍ରସଙ୍ଗ ହେଇପାରିବ । ତେବେ ଦିଲ୍ଲୀର ଗତ କିଛି ବର୍ଷର ନିର୍ବାଚନ ଫଳାଫଳ ଯଦି ଅନୁଧ୍ୟାନ କରିବା, ତାହେଲେ ଦେଖିବା ଏଠାକାର ମତଦାତା ଲୋକସଭା ପାଇଁ ବିଜେପିକୁ ପସନ୍ଦ କରୁଥିବା ବେଳେ ବିଧାନସଭା ପାଇଁ ଆମ ଆଦମୀ ପାର୍ଟିକୁ ପସନ୍ଦ କରି ଆସିଛନ୍ତି I 2014 ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ସାତୋଟି ଆସନ ଜିତି 70 ଟି ବିଧାନସଭା ଆସନ ଅଂଚଳରୁ 60 ଟିରେ ଆଗୁଆ ଥିଲା ଏବଂ ଆପ ମାତ୍ର 10 ଟିରେ ଆଗୁଆ ରହିଥିଲା। 2015 ବିଧାନସଭା ନିର୍ବାଚନରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଗଲା I ଆପ ରାଜ୍ୟରେ 67 ଟି ଆସନରେ ଜିତିଥିବା ବେଳେ ବିଜେପି ମାତ୍ର ତିନୋଟିରେ ଜିତି ପାରିଥିଲା I 2019 ଲୋକସଭା ନିର୍ବାଚନରେ ବିଜେପି ପୁନର୍ବାର ସମସ୍ତ ସାତୋଟି ଲୋକସଭା ଆସନରେ ଜିତିଥିବା ବେଳେ 65 ଟି ବିଧାନସଭା ଆସନ ଅଂଚଳରେ ଆଗୁଆ ଥିଲା, କଂଗ୍ରେସ ପାଞ୍ଚଟିରେ ଏବଂ AAP କୌଣସି ଆସନରେ ଆଗୁଆ ନ ଥିଲା I କିନ୍ତୁ,  2020 ବିଧାନସଭା ନିର୍ବାଚନରେ ଏହି ରାୟ ପୁରା ବଦଳିଗଲା I AAP 62 ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର 8 ଟି ସ୍ଥାନ ହାସଲ କରିଥିଲା । 2014 ଲୋକସଭା ନିର୍ବାଚନରେ ବିଜେପି ୪୬ ପ୍ରତିଶତ, ଆପ ୩୩ ପ୍ରତିଶତ ଏବଂ କଂଗ୍ରେସ 15% ଭୋଟ୍ ପାଇଥିଲା । ଗୋଟିଏ ବର୍ଷ ପରେ ଆପ ର ଭୋଟ୍ ଅଂଶ 54% (+21 ପ୍ରତିଶତ ପଏଣ୍ଟ କୁ ବୃଦ୍ଧି ପାଇଥିବାବେଳେ ବିଜେପିର 32% (-14 ପ୍ରତିଶତ ପଏଣ୍ଟ) କୁ ଖସି ଆସିଥିଲା । 2019 ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ଅଂଶ 57% କୁ ବୃଦ୍ଧି ପାଇଥିଲା (2015 ଠାରୁ +25 ପ୍ରତିଶତ ପଏଣ୍ଟ), AAP ହ୍ରାସ ପାଇ 18% (-36 ପ୍ରତିଶତ ପଏଣ୍ଟ) ଏବଂ କଂଗ୍ରେସ ସାମାନ୍ୟ ବୃଦ୍ଧି ପାଇ 23% (+13 ପ୍ରତିଶତ ପଏଣ୍ଟ) ରେ ପହଞ୍ଚିଥିଲା । 2020 ବିଧାନସଭା ନିର୍ବାଚନରେ 54% ଭୋଟ୍ ଅଂଶ (+36 ପ୍ରତିଶତ ପଏଣ୍ଟ) ସହିତ AAP ନିଜର ପ୍ରାଧାନ୍ୟ ଫେରି ପାଇଥିବାବେଳେ ବିଜେପି 39% (-18 ପ୍ରତିଶତ ପଏଣ୍ଟ) କୁ ଖସି ଆସିଥିଲା ।
2024 ମସିହାରେ, AAP ଏବଂ କଂଗ୍ରେସକୁ ନେଇ ଇ- ଣ୍ଡି-ଆ ବ୍ଲକ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଲକ୍ଷ୍ୟ ରଖିଥିଲା। ମଦ ଦୁର୍ନୀତି ମାମଲାରେ, କେଜ୍ରିୱାଲ ଗିରଫ ହେବା ଏବଂ ନିର୍ବାଚନ ପୂର୍ବରୁ ଜାମିନରେ ମୁକ୍ତ ହେବା ସତ୍ତ୍ୱେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ସମସ୍ତ ସାତଟି ଆସନକୁ ଅକ୍ତିଆର କରିଥିଲା I ଲୋକସଭା ନିର୍ବାଚନରେ, ବିଜେପି 52 ଟି ବିଧାନସଭା ଆସନ ଅଂଚଳରେ ଆଗୁଆ ଥିବା ବେଳେ ଇ- ଣ୍ଡି-ଆ  ବ୍ଲକ 18 ରେ ଆଗୁଆ ଥିଲା I ସେ ମଧ୍ୟରୁ ୧୦ ଟି ରେ ଆପ ଏବଂ ୮ଟି ରେ କଂଗ୍ରେସ ଆଗୁଆ ଥିଲା I ବିଜେପି ୫୪ ପ୍ରତିଶତ(2020 ରୁ +15 ପ୍ରତିଶତ ପଏଣ୍ଟ)ଭୋଟ୍ ହାସଲ କରିଛି ଏବଂ ଆପ  ୨୪ ପ୍ରତିଶତ (-30 ପ୍ରତିଶତ ପଏଣ୍ଟ) କୁ ଖସି ଆସିଛି। ଅର୍ଥାତ, ବିଗତ ଏକ ଦଶନ୍ଧି ମଧ୍ୟରେ ଦିଲ୍ଲୀ ଏକ ସ୍ୱଚ୍ଛ ସୁଇଙ୍ଗ-ଭୋଟିଂ ଧାରା ପ୍ରଦର୍ଶନ କରିଛି: ସାଧାରଣ ନିର୍ବାଚନରେ ଭୋଟର ବିଜେପି ଏବଂ ବିଧାନସଭା ନିର୍ବାଚନରେ ଆପ କୁ ପସନ୍ଦ କରନ୍ତି। ଦିଲ୍ଲୀର ପ୍ରାୟ ୩୦ ପ୍ରତିଶତ ଭୋଟର ସେମାନଙ୍କ ସମର୍ଥନରେ ପରିବର୍ତନ ଆଣନ୍ତି: ସାଧାରଣ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ୧୫ ପ୍ରତିଶତ  ଏବଂ ରାଜ୍ୟ ନିର୍ବାଚନରେ ଆମ ଆଦମୀ ପାର୍ଟି ପାଇଁ ୩୦ ପ୍ରତିଶତ ଅଧିକ ଭୋଟ ମିଳିଥାଏ । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଅଲଗା ଅଲଗା ଦଳ ପସନ୍ଦ କରୁଥିବା ଏହି  ଭୋଟରମାନେ, କୌଣସି ଦଳ ପାଇଁ ଆଦର୍ଶଗତ ଭାବରେ ପ୍ରତିବଦ୍ଧ ନୁହଁନ୍ତି I  ବିଜେପି ପାଇଁ, ବିଧାନସଭା ନିର୍ବାଚନରେ ଆପ କୁ ସ୍ଥାନାନ୍ତରିତ ୧୫ ପ୍ରତିଶତ ସ୍ୱିଙ୍ଗ୍ ଭୋଟରଙ୍କୁ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଏଥର ଏକାକୀ   ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ଲୋକସଭା ଭୋଟ୍ ଅଂଶ ବଜାୟ ରଖିବା ମଧ୍ୟ ନିର୍ବାଚନ ଫଳାଫଳକୁ ଯଥେଷ୍ଟ ପ୍ରଭାବିତ କରିପାରେ I ଉଭୟ ଆପ ଓ କଂଗ୍ରେସର ମତଦାତାଙ୍କ ପ୍ରୋଫାଇଲ ପ୍ରାୟ ସମାନ I
ଏକଦା ରାଜ୍ୟ ନିର୍ବାଚନରେ ୪୫ ପ୍ରତିଶତ ଭୋଟ୍ ହାସଲ କରୁଥିବା କଂଗ୍ରେସର ସମର୍ଥନ ୫ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଏହାର ଅଧିକାଂଶ ଭୋଟର ଆପ କୁ ସ୍ଥାନାନ୍ତର ହେଇଛନ୍ତି । ବିଜେପିର ସ୍ୱିଙ୍ଗ୍ ଭୋଟରଙ୍କ ମଧ୍ୟରେ ପୂର୍ବାଞ୍ଚଳ ଲୋକ  ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଛନ୍ତି ଯେଉଁମାନେ ସାଧାରଣ ନିର୍ବାଚନରେ ବିଜେପିକୁ ଏହାର ବିକାଶ ଏଜେଣ୍ଡା ଏବଂ ମୋଦୀ ଫ୍ୟାକ୍ଟର୍ ପାଇଁ ସମର୍ଥନ କରନ୍ତି କିନ୍ତୁ ଆଦର୍ଶଗତ ବିଶ୍ୱସ୍ତତାର ଅଭାବ ରହିଛି। ହରିୟାଣା ଏବଂ ମହାରାଷ୍ଟ୍ରରେ ସଫଳତା ପରେ ବିଜେପି ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ପ୍ରତ୍ୟେକ ଆସନ ପାଇଁ ଆବଶ୍ୟକ ମୁତାବକ ରଣନୀତି ଉପରେ ଧ୍ୟାନ ଦେଉଥିବା ଜଣାପଡିଛି। ତା ସହ ବିଧାୟକଙ୍କ ବିରୁଦ୍ଧରେ ବ୍ୟବସ୍ଥା ବିରୋଧୀ କଥାଟିକୁ ଶୋଷଣ କରିବାକୁ ଲକ୍ଷ୍ୟ ରଖିଛି, ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଦ୍ୱିତୀୟ କିମ୍ବା ତୃତୀୟ କାର୍ଯ୍ୟକାଳରେ ଅଛନ୍ତି I  ଅପରପକ୍ଷେ, ଆପ କେଜ୍ରିୱାଲଙ୍କୁ କେନ୍ଦ୍ର କରି ଏହାର ନିର୍ବାଚନ ଯୋଜନା ପ୍ରସ୍ତୁତ କରିବ I ଏହା ସ୍ପଷ୍ଟକରୁଛି,   ଏକ ଉଚ୍ଚସ୍ତରୀୟ ନିର୍ବାଚନ ଯୁଦ୍ଧ ପାଇଁ ଦିଲ୍ଲୀ ପ୍ରସ୍ତୁତ ହେଉଛି। ଆମ ଆଦମୀ ପାର୍ଟି ଏବଂ ବିଜେପି ପ୍ରାଧାନ୍ୟ ବିସ୍ତାର କରୁଥିବା ବେଳେ କଂଗ୍ରେସ ମଧ୍ୟ ହଜିଯାଇଥିବା ସ୍ଥାନ ଫେରି ପାଇବାକୁ ଏକ ସୁଯୋଗକୁ ହାସଲ କରିବାକୁ ପ୍ରୟାସ କରିବ I ତେବେ ଏଥର ଦିଲ୍ଲୀରେ ଇତିହାସର ପୁନରାବୃତି ହେବ ନା ନାହିଁ, ତାହା ଆକଳନ ସମ୍ଭବ ନୁହେଁ I

Also Read  Odisha records 3,543 fresh Corona Positive cases; Total tally crosses 1.2 lakh