କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣିଥରେ କରୋନା ସଂକ୍ରମିତ

0
353

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ମାସରେ ସୋନିଆ କରୋନା ପଜିଟିଭ୍ ହୋଇଥିଲେ । କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶନିବାର ସୋନିଆ ଗାନ୍ଧୀଙ୍କ କୋଭିଡ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ହୋଇଛି। ସରକାରଙ୍କ ଦ୍ବାରା ଜାରି ପ୍ରୋଟୋକଲ ପାଳନ ପୂର୍ବକ ସେ ଆଇସୋଲେସନରେ ରହିବେ।

ସୋନିଆ ଗାନ୍ଧୀ ଜୁନ୍ ପ୍ରଥମ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା । ସୋନିଆଙ୍କ ଝିଅ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ । ପ୍ରିୟଙ୍କା ମଧ୍ୟ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍ ହୋଇଥିଲେ।

Also Read  ଆକାଶରୁ ବର୍ଷୁଛି ନିଆଁ; ୪୪ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର, ବାହାରକୁ ନ ବାହାରିବାକୁ ପରାମର୍ଶ