ଅନୁଭବଙ୍କ ଭିଡ଼ିଓ ପାର୍ଟ-୩: କହିଲେ ‘ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଭଲ’

0
169
another-video-of-anubhav-against-varsha-became-viral-in-social-media

କଟକ: ଆଜି ଅନୁଭବ-ବର୍ଷାଙ୍କ ଘରୋଇ ହିଂସା ମାମଲାର ଶୁଣାଣି ହେଉଛି। ଏଭଳି ପରିସ୍ଥିତିରେ ଅନୁଭବ ପୁଣି ସେୟାର କରିଛନ୍ତି ଆଉ ଏକ ଭିଡିଓ। ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ କରିବାରେ ଲାଗିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆ ଓ୍ୱାର ତେଜିବାରେ ଲାଗିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ମହାନ୍ତି ଜାରି କରିଛନ୍ତି ନୂଆ ଭିଡିଓ। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି।

ସୋସିଆଲ ମିଡ଼ିଆରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପାର୍ଟ ୩ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ସେ ଏଥିରେ କହିଛନ୍ତି କି, ମୁଁ ମୋ ଘର ଲୋକଙ୍କୁ ଛାଡ଼ିକି କେବେ ରହିପାରିବିନି, ସେମାନଙ୍କୁ କେବେ କଷ୍ଟ ଦେବିନି। ଜୀବନରେ କେବେ ଏକା କରି ଚାଲି ଯିବିନି। ମୋତେ ସେମାନେ ଜନ୍ମ ଦେଇଛନ୍ତି । ମୋତେ ଦେଖୁଥିବା ସବୁ ଯୁବପିଢୀଙ୍କୁ ମଧ୍ୟ ମୁଁ ଏହି କଥା କହିବି । ଭଲ ପାଅ କିଛି ଅସୁବିଧା ନାହିଁ । କିନ୍ତୁ ମନେ ରଖିଥାଅ ଭଲପାଇ ଜନ୍ମ ଦେଇଥିବା ବାପା ମା’ଙ୍କୁ କେବେ ଭୂଲିବ ନାହିଁ।

ନିଜ ଭିଡିଓରେ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରି ତାଙ୍କୁ ଅଲଗା ହୋଇଯିବାକୁ ଖୁଲମଖୁଲା କହିଛନ୍ତି ଅନୁଭବ । ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଭଲ ବୋଲି କହିଛନ୍ତି।କେସ୍‌ ଲଢ଼ିଲେ କାହାକୁ କିଛି ମିଳିବିନି । କେସରେ ଜଣେ ଜିତିବ, ଜଣେ ହାରିବ । ହେଲେ ଜୀବନରେ କେହି ଜିତିପାରିବାନି ବୋଲି କହିଛନ୍ତି ଅନୁଭବ । ଏଥିସହ ଜୀବନସାଥୀ ବାଛିବାରେ ମୁଁ କିପରି ଏପରି ଭୁଲ୍‌ ନିଷ୍ପତ୍ତି ନେଇପାରିଲି ଭାବିକି ଲଜ୍ଜା ଲାଗୁଛି ବୋଲି କହିଛନ୍ତି ।

ଭିଡିଓରେ ବର୍ଷା ମୋତେ ସୋସିଆଲ ମିଡିଆରେ ଭିଡିଓ କରିବାକୁ ବାଧ୍ୟ କରିଥିବା ଅନୁଭବ କହିଛନ୍ତି । ଗୋଟିଏ ବି ପ୍ରମାଣ ବର୍ଷାଙ୍କ ପାଖରେ ମୋ ବିରୋଧରେ ନାହିଁ । ସେହିଭଳି ଗଣମାଧ୍ୟମରେ ପ୍ରକାଶ ନ କରିବା ପାଇଁ ମୁଁ କୋର୍ଟ ଯାଇଥିଲି, ବର୍ଷା ତାର ବିରୋଧ କଲେ । ମାମଲାର ଶୀଘ୍ର ଶୁଣାଣି ଶେଷ ପାଇଁ ମୁଁ ଆବେଦନ କରିଥିଲି । ବର୍ଷା ତାର ମଧ୍ୟ ବିରୋଧ କଲେ । ମୁଁ ଲଢ଼ୁଛି ଲଢ଼ିବି । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯିବି ବୋଲି ଅନୁଭବ କହିଛନ୍ତି । ବର୍ଷା ଡ଼ରିକି ଲୁଚିକି ରୁହନି । ତିନୋଟି ଜିନିଷ ମନେ ରଖ । ମେଡିକାଲ ଟେଷ୍ଟ ଚାଲେଞ୍ଜ, ଫରେନସିକ ଲାରେ ଅଡିଓ ଟେଷ୍ଟର ଚାଲେଞ୍ଜ ଓ ପଲିଗ୍ରାଫ ଟେଷ୍ଟର ଚାଲେଞ୍ଜ । ଏ ତିନୋଟିକୁ ଗ୍ରହଣ କର । ଏଭଳି ଆହ୍ବାନ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି।

Also Read  Sacking of BCCI President by SC to have no effect on upcoming India-England ODI in Cuttack, Odisha

LEAVE A REPLY

Please enter your comment!
Please enter your name here