ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ଅର୍ପିତା ମୁଖାର୍ଜୀଙ୍କ ଟଙ୍କା ଭର୍ତ୍ତି ୪ ଦାମୀ କାର୍‌ ଗାଏବ

0
341
Arpita Mukherjee's Four Luxury Cars Missing

ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି । କୋଲକାତାର ଡାଇମଣ୍ଡ ସିଟି ଫ୍ଲାଟ୍ ରୁ ୪ଟି ଦାମୀ କାର ଗାଏବ ହୋଇଯିବା ପରେ ଅର୍ପିତାଙ୍କ ଅଡୁଆ ବଢିଛି । ଇଡି ଅଧିକାରୀଙ୍କ କହିବା ମୁତାବକ, ଏସବୁ କାରମାନଙ୍କରେ ଟଙ୍କା ଭର୍ତ୍ତି ହୋଇଥିଲା । ଏହି ଘଟଣା ପରେ ଆଖପାଖର ସବୁ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ଇଡି । ଏଥିପାଇଁ କାରଗୁଡ଼ିକ ଠାବ କରିବା ପାଇଁ ଅର୍ପିତାଙ୍କ ଲିଙ୍କ ଥିବା ବିଭିନ୍ନ ଠିକଣାରେ ତଦନ୍ତକାରୀ ଅଧିକାରୀମାନେ ରେଡ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି ଇଡି ଜେରା କରୁଛି। ଏହି ସମୟରେ ତାଙ୍କ ଠାରୁ ୪ଟି ଦାମ କାର ସମ୍ପର୍କରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଗୋଟିଏ ଅଡି ଏ୪, ଗୋଟିଏ ହୁଣ୍ଡା ସିଟି, ଗୋଟିଏ ହୁଣ୍ଡା ସିଭିଆର ଓ ଗୋଟିଏ ମର୍ସିଡିଜ ବେଞ୍ଜ ଅର୍ପିତାଙ୍କର ରହିଥିଲା। ସେ ଗିରଫ ହେବାର ଦିନକ ପୂର୍ବରୁ ହିଁ କାର ଗୁଡ଼ିକ ଗାଏବ ହୋଇଯାଇଛି। ଏହି କାରଗୁଡ଼ିକରେ ଟଙ୍କା ଭର୍ତ୍ତି କରି ଅନ୍ୟତ୍ର ନିଆଯାଥିବା ଇଡି ସନ୍ଦେହ କରୁଛି।

ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଆବାସରେ ଚଢଉ କରିବା ପରେ ତାଙ୍କର ଅନ୍ୟ ଏକ ଆପାର୍ଟମେଣ୍ଟରେ ଚଢଉ କରିଥିଲା । ପ୍ରଥମ ଫ୍ଲାଟରୁ ୨୮ କୋଟି ଜବତ କରିବା ପରେ ଏହି ଆପାର୍ଟମେଣ୍ଟରୁ ୨୧ କୋଟି ଟଙ୍କା ଜବତ ହୋଇଥିଲା । ଖାଲି ଏତିକି ନୁହେଁ ପୁଳା ପୁଳା ସୁନା ମଧ୍ୟ ଜବତ ହୋଇଥିଲା ।

Also Read  ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ