ଦୀର୍ଘ ୨୭ ମାସ ପରେ ଜେଲରୁ ମୁକୁଳିଲେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ

0
1110
azam-khan-released-from-jail

ଲକ୍ଷ୍ନୌ: ଏକ ଠକେଇ ମାମଲାରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ପରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଶୁକ୍ରବାର ଉତ୍ତରପ୍ରଦେଶର ସୀତାପୁର ଜେଲରୁ ମୁକୁଳିଛନ୍ତି । ଏହି ମାମଲାରେ ସେ ଗତ ୨୭ ମାସ ଧରି ଜେଲରେ ଥିଲେ । ଆଜମ ଖାନଙ୍କ ମୁକ୍ତି ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଟ୍ୱିଟ କରି ତାଙ୍କୁ ସ୍ୱାଗତ କରିଛନ୍ତି।

ସମାଜବାଦୀ ପାର୍ଟିର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ କରାଯାଇଥିବା ଏକ ଟ୍ବିଟରେ ଆଜମ ଖାନଙ୍କ ଅନ୍ତରୀଣ ଜାମିନକୁ ନ୍ୟାୟର ବିଜୟ ବୋଲି ବର୍ଣ୍ଣନା କରାଯାଇଛି। ଅନ୍ୟପକ୍ଷରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ) ସଂଯୋଜକ ଶିବପାଲ ସିଂ ଯାଦବ ଆଜି ସୀତାପୁରରେ ଆଜମ ଖାନଙ୍କୁ ଭେଟିବେ। ସେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।

ଜାଲିଆତି ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Also Read  ନୂଆ ପୁଲିସ୍ ଡିଜି ନିଯୁକ୍ତି ଲାଗି ତାଲିକାରେ ୧୨ ଆଇପିଏସ୍ : ଦୌଡ଼ରେ କିଏ ?

LEAVE A REPLY

Please enter your comment!
Please enter your name here