ରୋଡ୍ ରେଜ୍ ମାମଲା: ସ୍ୱାସ୍ଥ୍ୟଗତ କାରଣ ପାଇଁ ଆତ୍ମସମର୍ପଣ କରିବାକୁ ସପ୍ତାହେ ସମୟ ମାଗିଲେ ସିଦ୍ଧୁ

0
1242
navjot singh sidhu-seeks-one week-time-to-surrender-in-road-rage-case

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆତ୍ମସମର୍ପଣ କରିବାକୁ ଆଉ ଏକ ସପ୍ତାହ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟଙ୍କୁ ଅତିରିକ୍ତ ସମୟ ମାଗିଛନ୍ତି ସିଦ୍ଧୁ । ଏଥିପାଇଁ ସେ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଏର କରିଥିବା ଜଣାପଡିଛି ।

ଜଷ୍ଟିସ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇ ସିଦ୍ଧୁଙ୍କ ଓକିଲ ଅଭିଷେକ ମନୁ ସିଂଘଭି ସ୍ୱାସ୍ଥ୍ୟଗତ କାରଣରୁ ସରେଣ୍ଡର କରିବାକୁ ସିଦ୍ଧୁଙ୍କୁ ଅତିରିକ୍ତ ସମୟ ଦେବାକୁ ଅନୁରୋଧ କରିଛନ୍ତି । ସିଂଘଭୀଙ୍କୁ ଏ ସମ୍ପର୍କରେ ଏକ ପିଟିସନ ଦାୟର କରିବା ସହ ଏହାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ଗୁରୁବାର ସୁପ୍ରିମକୋର୍ଟ ୧୯୮୮ର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସିଦ୍ଧୁ ଟ୍ବିଟ୍ କରି କହିଥିଲେ ଯେ ସେ ଆଇନ ନିକଟର ଆତ୍ମସମର୍ପଣ କରିବେ ।

Also Read  ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ