ଭୁବନେଶ୍ୱର: ଗତକାଲି ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍ । ପରିବାର ପାଇଁ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି ବୋଲି କହିଛନ୍ତି ଅଭିନେତା ବାବୁସାନ୍ ମହାନ୍ତି । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ ବି ଫିଲ୍ମ କରିବେନି ବୋଲି ସେ କହିଛନ୍ତି । ରାତି ଅଧରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତା ବାବୁସାନ । ଏହା ମଧ୍ୟ କହିଛନ୍ତି ଯେ ସେ ଜାଣିନଥିଲେ ଯେ ତାଙ୍କ ଘରେ ଏତେ ଅସୁବିଧା ଚାଲିଛି । ଯଦି ଏତେ ଅସୁବିଧା ଅଛି ତେବେ ଏଣିକି ଆଉ ସେ ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ ।
ସୂଚନାଯୋଗ୍ୟ ଯେ, ଶନିବାର ଭୁବନେଶ୍ଵର ରାଜରାସ୍ତାରେ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା। ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ମିଳାମିଶାକୁ ବିରୋଧ କରି ପ୍ରକୃତିଙ୍କୁ ପିଟିଥିଲେ ବାବୁସାନ୍ଙ୍କ ପତ୍ନୀ ତୃପ୍ତି। ଏମିତିକି ବାବୁସାନଙ୍କୁ ପ୍ରକୃତି ବ୍ଲାକ୍ ମେଲ୍ କରୁଥିଲେ ବୋଲି ସାଂଘାତିକ ଅଭିଯୋଗ କରିଥିଲେ ପତ୍ନୀ ତୃପ୍ତି । ପ୍ରକୃତିଙ୍କୁ ଛାଡ଼ିଦେବାକୁ ବାବୁସାନଙ୍କୁ ବାରମ୍ବାର ବୁଝାଉଥିଲେ ବୋଲି ମଧ୍ୟ କହିଛନ୍ତି ତୃପ୍ତି ଶତପଥୀ ।
ତେବେ ଗତକାଲିର ଘଟଣାକୁ ନେଇଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଛି । ପ୍ରଥମେ ଖାରବେଳନଗର ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିଥିଲେ । ପରେ ସନ୍ଧ୍ୟାରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେ ମଧ୍ୟ ଥାନାରେ ମାମଲା ଦାଏର କରିଛନ୍ତି । ଅପରାଜିତା ପ୍ରଥମେ ବୋହୂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତୃପ୍ତିଙ୍କ ସହ ମାଉସୀ ମଧ୍ୟ ମଧ୍ୟ ସେମାନଙ୍କ ସହ ଥାନାକୁ ଯାଇଥିଲେ । ପରେ ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିବା ଯାହାକି ଜଣାପଡିଛି ।

























