ୱାର୍ଲ୍ଡ ଆଥଲେଟିକ୍ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା

0
495
neeraj-chopra-makes-history-by-winning-silver-medal in world-athletics-championships

ୟୁଜିନ: ପୁଣି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପରେ ରୌପ୍ୟ ପଦକ ହାସଲ କରି ପ୍ରାୟ ୧୯ ବର୍ଷ ପରେ ଭାରତକୁ ସଫଳତା ଦେଇଛନ୍ତି ନୀରଜ । ଚାମ୍ପିୟନ୍‌ସିପର ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଦୂରକୁ ଜାଭଲୀନ ଫିଙ୍ଗି ରୌପ୍ୟ ପଦକ ହାତେଇଥିଲେ। ୪ର୍ଥ ପ୍ରଚେଷ୍ଟାରେ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ସ୍ଥାନରେ ଅଛନ୍ତି ଏଣ୍ଡରସନ ପିଟର୍ସ। ତେବେ ଜାଭଲିନ ଥ୍ରୋରେ ଭାରତର ରୋହିତ ଯାଦବ ମଧ୍ୟ ଥିଲେ। ଅନ୍ୟପଟେ ପ୍ରତିଯୋଗୀତାରେ ରୋହିତ ଯାଦବ ୧୦ମ ସ୍ଥାନ ହାସଲ କରିଛନ୍ତି। କାରଣ ସେ ତୃତୀୟ ରାଉଣ୍ଡରେ ହିଁ ପ୍ରତିଯୋଗିତାରୁ ବାହାରିଯାଇଥିଲେ। ସେ ପ୍ରଥମ ରାଉଣ୍ଡରେ ୭୭.୯୬, ଦ୍ୱିତୀୟରେ ୭୮.୦୫ ଓ ତୃତୀୟରେ ୭୮.୭୨ ମିଟର ଦୂରକୁ ଜାଭଲୀନ ଫିଙ୍ଗିବାରେ ସକ୍ଷମ ହୋଇଥିଲେ।

ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । କ୍ରମାଗତ ଭାବରେ ସଫଳତା ହାସଲ କରୁଛନ୍ତି ନୀରଜ । ଜୁନ ୧ ରେ ଡାଇମଣ୍ଡ ଲିଗରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଥିଲେ ନୀରଜ । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । ଏହାସହିତ ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେନ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଥିଲେ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ।

Also Read  ଆଜିଠୁ ଜେଲ ପରେଡ଼ ଆରମ୍ଭ , ଏଣିକି ଜେଲରୁ ଫେରିବା ପରେ ମଧ୍ୟ ଅପରାଧିଙ୍କ ପାଇଁ ଅପରାଧ ଘଟାଇବା ହେବ ମୁସ୍କିଲ