କାବୁଲରେ ଗୁରୁଦ୍ୱାର ଉପରେ ଆତଙ୍କୀ ସଂଗଠନ ଆଇଏସଆଇଏସର ଆକ୍ରମଣ, ଦୁଇ ମୃତ

0
399
blast-near-gurudwara-in-afghanistans kabul

ପୁଣି ଅଶାନ୍ତ ହେଲା ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲରେ ଏକ ଗୁରୁଦ୍ୱାର ‘କରତ-ଏ-ପରୱାନ’ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ସାଧାରଣ ନାଗରିକ ଏବଂ ତାଲିବାନର ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୭ ଜଣ ଆହତ ହୋଇଛନ୍ତି।

ଶନିବାର ସକାଳ ପ୍ରାୟ ୮ଟା ସମୟରେ କାବୁଲ କର୍ତେ ପରୱାନ ଗୁରୁଦ୍ୱାରରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବାବେଳେ ହଠାତ ପ୍ରଚଣ୍ଡ ଶବ୍ଦରେ ଦୋହଲିଗଲା ଗୁରୁଦ୍ୱାରା ପରିସର । କେହି କିଛି ବୁଝିବା ଆଗରୁ ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ସବୁ କିଛି ସତେ ଯେମିତି କ୍ଷଣିକ ଭିତରେ ବଦଳିଯାଇଥିଲା । ବିସ୍ପୋରଣ କାରଣରୁ ଏବେ ସୁଦ୍ଧା ୨ ଜଣ ଆଫଗାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ଗୁରୁଦ୍ୱାରର ଗାର୍ଡ ଥିଲେ ।

ଏହି ଘଟଣାରେ ଭାରତ ଚିନ୍ତା ପ୍ରକାଶ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ଏହି ଗୁରୁଦ୍ୱାର ହେଉଛି ଆଫଗାନିସ୍ତାନର ଶେଷ ଅବଶିଷ୍ଟ ଗୁରୁଦ୍ୱାର | ନିକଟରେ ଆଫଗାନିସ୍ତାନର ଶିଖ ସମ୍ପ୍ରଦାୟର ଲୋକମାନେ କହିଥିଲେ ଯେ ଏବେ ଦେଶରେ କେବଳ ୧୪୦ ଶିଖ୍ ରହିଛନ୍ତି, କିନ୍ତୁ ୧୯୭୦ ଦଶକରେ ଆଫଗାନିସ୍ତାନରେ ପ୍ରାୟ ଏକ ଲକ୍ଷ ଶିଖ୍ ଥିଲେ।

Also Read  We Will Get Back Americans Stranded In Afghanistan: Joe Biden