ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା; ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
413
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ବ୍ରହ୍ମଗିରି: ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା। ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଯୁବତୀଙ୍କ ସମେତ ପରିବାରର ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି । ମୃତ ଯୁବକ ସେହି ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ। ସୂର୍ଯ୍ୟକାନ୍ତ ନିଜ ଘର ପାଖ ଜଣେ ଝିଅକୁ ଭଲ ପାଉଥିଲେ।

ତେବେ ପ୍ରେମିକ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପୁଅ ଘର ପରିବାର । ପୁଅକୁ ହତ୍ୟା ପରେ ଫ୍ୟାନ୍‌ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Also Read  NABARD sanctions Rs.206 crore for construction of 25 Road Projects in Odisha

LEAVE A REPLY

Please enter your comment!
Please enter your name here