ରାଜଧାନୀରେ ଜନ୍ମ କଲା ଛୁଆକୁ ରଖିଦେଲା ଘର ମାଲିକ, ଝୁରୁଛି ମାଆ

0
198
child-was-taken-away-by-the-landlord-in-bhubaneswar

ଭୁବନେଶ୍ୱର: ନିଜ ଜନ୍ମ କଲା ଛୁଆକୁ ଝୁରୁଛି ମାଆ। ଥମୁନି ଛାତିର କୋହ, ଶୁଖୁନି ଆଖିର ଲୁହ । ନିଜ ଜନ୍ମ କଲା ଝିଅକୁ ପାଇବା ପାଇଁ ସମସ୍ତଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି । ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ଆଶ୍ଚର୍ଯ୍ୟର କଥା ଏହା ଯେ, ଏମାନେ ଗରିବ ହୋଇଥିବାରୁ ଘର ମାଲିକ ସେମାନଙ୍କ ଛୁଆକୁ ବଳପୂର୍ବକ ଛଡ଼ାଇନେଇଛି ।

ଅଭିଯୋଗ ଅନୁଯାୟୀ, ଆଖଣ୍ଡଳମଣି ବସ୍ତିର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ୮ ବର୍ଷର ଝିଅ ଘର ମାଲିକ ବାବୁଲା ବିଶୋୟୀଙ୍କ ଘରେ ରହୁଥିଲେ । ସମ୍ପୃକ୍ତ ଗରିବ ପରିବାର ପର ଘରେ କାମ କରି କରୁ ଚଳୁଥିଲେ । ମାଲିକଙ୍କ ଘରେ କାମ କରି ଘରଭଡ଼ା ସୁଝିଦେଉଥିଲେ । ଆଉ ଏବେ ଘର ଛାଡ଼ିବା ବେଳକୁ ଘର ମାଲିକ ତାଙ୍କ ଛୁଆକୁ ଆଉ ଫେରାଉନାହାନ୍ତି । ବରଂ ଓଲଟି ଧମକ ଚମକ ଦେଉଛି ଘର ମାଲିକ । ହେଲେ ପରବର୍ତ୍ତୀ ସମୟରେ ସେ ଆଉ ଝିଅକୁ ନ ଛାଡ଼ିବାରୁ ସନ୍ତୋଷ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଡିସିପିଙ୍କ ଅଫିସକୁ ମଧ୍ୟ ଫେରାଦ ହେବାକୁ ଯାଇଥିଲେ । ଚାଇଲଡ ଲାଇନକୁ ମଧ୍ୟ ଜଣାଇଥିଲେ । ହେଲେ ପୋଲିସ ଓ ଚାଇଲଡ୍‌ ଲାଇନ ଟିମ୍‌ ଆଜି ବସ୍ତିରେ ପହଞ୍ଚି ଝିଅକୁ ଖୋଜାଖୋଜି କରିଥିଲେ । ହେଲେ ବାବୁଲା ବିଶୋୟୀ ଘରେ ତାଲା ଝୁଲୁଥିଲା । ଫଳରେ ପୋଲିସ ଖାଲି ହାତରେ ଫେରିଛି ।

Also Read  ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର, ୩ଶହରେ ସଭା

LEAVE A REPLY

Please enter your comment!
Please enter your name here