ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୈାପଦୀ ମୁର୍ମୁ

0
187

ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ଭି.ରମଣା, ଦ୍ରୌପଦୀ ମୁର୍ମୁ ଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ କହିଛନ୍ତି ଯେ ସଂସଦରେ ଛିଡା ହେବା – ସମସ୍ତ ଭାରତୀୟଙ୍କ ଆଶା, ଆକାଂକ୍ଷା ଏବଂ ଅଧିକାରର ପ୍ରତୀକ – ମୁଁ ନମ୍ରତାର ସହିତ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଏହି ନୂତନ ଦାୟିତ୍ବ ତୁଲାଇବା ପାଇଁ ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ମୋ ପାଇଁ ଏକ ପ୍ରମୁଖ ଶକ୍ତି ହେବ:

ଭାରତର ଗରିବ ମାନେ ଏବେ ସ୍ବପ୍ନ ଦେଖିପାରିବେ ଏବଂ ସ୍ପପ୍ନ ମଧ୍ୟ ପୂରଣ କରିପାରିବେ । ଗୋଟିଏ ଗରିବ ପରିବାରରୁ ଯେପରି ଆସି ମୁଁ ଏଠାରେ ପହଁଚିଛି ଏହା ସମସ୍ତଙ୍କ ପାଇଁ ମଧ୍ୟ ଭାରତୀୟ ଗଣତନ୍ତ୍ର ପାଇଁ ମଧ୍ୟ ଏକ ଉଦାହରଣ ହୋଇ ରହିବ । ଏଠିକି ଆସିବାର ମୋର କିଛି ବ୍ୟକ୍ତିଗତ ଉପଲବ୍ଧି ନାହିଁ ଏହା ଆପଣମାନଙ୍କର ଏବଂ ଗଣତନ୍ତ୍ରର ଶକ୍ତି । ମୁଁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ବାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ଆମର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତର ନାଗରିକମାନଙ୍କ ସହିତ ଥିବା ଆଶାକୁ ପୂରଣ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ।

ଭାରତ ସବୁ କ୍ଷେତ୍ରରେ ବିକାଶ କରୁଛି । ମହାମାରୀ ସଂକଟବେଳେ ଭାରତ ଯେପରି ସାମର୍ଥ ଦେଖାଇଛି ତାହା ଭାରତର ଶକ୍ତି ବଢ଼ାଇଛି । ଦୁନିଆ ସାମନାରେ ଭାରତ ନୂଆ ମାପଦଣ୍ଡ ସୃଷ୍ଟି କରିଛି ।ଭାରତ 200 କୋଟି ଟିକା ଲଗାଇ ରେକର୍ଡ କରିଛି । ଭାରତ ଏଭଳି ମୁସ୍କିଲ ସମୟରେ ନିଜକୁ ସମ୍ଭାଳିବା ସହ ବିଶ୍ବକୁ ସାହାଯ୍ୟ କରିଛି । ବିଶ୍ବ ଶାନ୍ତି ପାଇଁ ଭାରତ ଠାରୁ ବିଶ୍ବ ଅନେକ ଆଶା ରଖିଛି ।

Also Read  ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ଥାନାରେ ହାଜର ହେଲେ ଦ୍ବିତୀୟ ପ୍ରେମିକ ସନ୍ତୋଷ

LEAVE A REPLY

Please enter your comment!
Please enter your name here