‘ମୋବାଇଲ୍ ଫୋନରେ ସହଜରେ ଉପଲବ୍ଧ ହେଉଥିବା ଅଶ୍ଲୀଳ ଭିଡିଓ ହିଁ ସମାଜରେ ଦୁଷ୍କର୍ମ ବଢିବାର ମୁଖ୍ୟ କାରଣ’: ଗୁଜୁରାଟ ଗୃହମନ୍ତ୍ରୀ

0
484
easy-access-to-porn-on-mobile-phones-responsible-for-rapes

ସୁରତ:ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସଂଘବୀ କହିଛନ୍ତି କି ମୋବାଇଲ ଫୋନରେ ସହଜରେ ଉପଲବ୍ଧ ଥିବା ଅଶ୍ଳୀଳ ଭିଡ଼ିଓ ଦୁଷ୍କର୍ମ ଲାଗି ଦାୟୀ ହୋଇଥାଏ । ଖାଲି ସେତିକି ନୁହେଁ, ଦୁଷ୍କର୍ମ ବଢିବାର ଆଉ ଏକ କାରଣ ହେଉଛି ଏଥିରେ ପରିବାର ସଦସ୍ୟ ଓ ପଡୋଶୀଙ୍କ ସାମିଲ ହେବା । ଯାହାକି ଆମ ସମାଜ ପାଇଁ ଏକ କଳଙ୍କ ବୋଲି ସେ କହିଛନ୍ତି ।

ଭାରତରେ ଦୁଷ୍କର୍ମ ଘଟଣା ପାଇଁ ପର୍ଣ୍ଣ ଭିଡିଓ ମୁଖ୍ୟ କାରଣ ବୋଲି କହିଛନ୍ତି ଗୁଜରାଟର ମନ୍ତ୍ରୀ ହର୍ଷ ସଙ୍ଘଭୀ। ମୋବାଇଲରେ ଅତି ସହଜରେ ପର୍ଣ୍ଣ ଭିଡିଓ ଉପଲବ୍ଧ ହେଉଥିବାରୁ ଦେଶରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟୁଛି ବୋଲି ସେ କହିଛନ୍ତି। ଏହାବାଦ ପଡ଼ୋଶୀ ଓ ପରିବାର ଲୋକମାନଙ୍କ ଦ୍ୱାରା ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ମନ୍ତ୍ରୀ ସଙ୍ଘଭୀ କହିଛନ୍ତି। ସେ କହିଛନ୍ତି, ନିକଟରେ ସାମ୍ନାକୁ ଆସିଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାର ମୁଖ୍ୟ କାରଣ ହେଲା ମୋବାଇଲ ଫୋନ ଓ ପୀଡ଼ିତାଙ୍କ ଜଣାଶୁଣା ଲୋକ। ଜଣାଶୁଣା ଲୋକ ହିଁ ଜଣେ ବଢ଼ିଲା ଝିଅ ସହ ଏପରି ଅମାନବୀୟ କାଣ୍ଡ ଘଟାଉଥିବା ସର୍ଭେରୁ ଜଣାପଡ଼ିଛି।

ଆମେ ଦୁଷ୍କର୍ମ ପାଇଁ ସବୁବେଳେ ପୋଲିସକୁ ଦାୟୀ କରୁଛେ । ହେଲେ ଏମିତି ଘଟଣାରେ କେବଳ ପୋଲିସକୁ ହିଁ ଦାୟୀ କରିଦେଲେ ହେବନାହିଁ । ଆମ ଦେଶରେ ଗୁଜରାଟ ସବୁଠୁ ସୁରକ୍ଷିତ । ହେଲେ ଜଣେ ବାବା, ନିଜ ଛୋଟ ଝିଅକୁ ଦୁଷ୍କର୍ମ କରିବା ପଛରେ ମୋବାଇଲ ହିଁ କାରଣ ବୋଲି ଗୁଜରାଟ ଗୃହମନ୍ତ୍ରୀ କହିଛନ୍ତି ।

Also Read  DRI seizes 3004 kg of Heroin; Arrested 8 persons including 4 Afghan nationals