ଭାଇ ସାଜିଲା ସୈତାନ; ସାନ ଭାଇକୁ ଗଛରେ ବାନ୍ଧି ହତ୍ୟା କଲା ବଡ ଭାଇ

0
7743
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ଭାଇ ସାଜିଲା ସୈତାନ। ନିଜ ସାନ ଭାଇକୁ ଅତି ନିର୍ମମଭାବେ ହତ୍ୟା କଲା ବଡ ଭାଇ। ଛୋଟ ଭାଇର ହାତଗୋଡ ବାନ୍ଧି ଗଛରେ ଝୁଲାଇ କାଠ ଫାଳିଆରେ ନିର୍ମମ ଭାବେ ପିଟି ପିଟି ମାରିଦେଲା ଭାଇ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ବାଟିଘୁଟୁ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବଡ ଭାଇ ସିଙ୍ଗରାଏ ଦେଓଗାଁ ଏବଂ ତାର ସହଯୋଗୀ ଚମ୍ପାଇ ମୁଣ୍ଡାକୁ ଗିରଫ କରିଛି ।

ତେବେ ହତ୍ୟା ପଛର କାରଣ ଜଣାପଡି ନାହିଁ । ସୂଚନା ଅନୁସାରେ ସିଙ୍ଗରାଏ ମାନସିକ ବିକାରଗ୍ରସ୍ତ । ସେ ଛୋଟ ପିଲାଙ୍କୁ ଦେଖିଲେ ମାରିବାକୁ ଗୋଡାଏ । ତେବ କୌଣସି କାରଣରୁ ନିଜ କାକା ପୁଅ ଲାଣ୍ଡୁ ମୁଣ୍ଡାକୁ ସହଯୋଗୀର ସହାୟତାରେ ହାତଗୋଡ ବାନ୍ଧି ଏକ ଗଛରେ ଝୁଲାଇ ଦେଇଥିଲା ସିଙ୍ଗରାଏ । ଏହାପରେ ଏକ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Also Read  ଦୁର୍ବଳ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ